Bihar Election / ଇତିହାସରେ ପ୍ରଥମ ଥର ପାଇଁ ମୁଣ୍ଡ ଗଡ଼ିନି କି ରି-ପୁଲିଂ ହୋଇନି, ଶାନ୍ତିରେ ହେଲା ନିର୍ବାଚନ

Key Points
ଇତିହାସ ରଚିଲା ବିହାର । ନୂଆ ଅନୁଭୂତି ପାଇଲେ ବିହାରବାସୀ । ଦୀର୍ଘ ବର୍ଷ ପରେ ବିହାର ଦେଖିଲା ଶାନ୍ତ ନିର୍ବାଚନ । ଏଥର ନାଁ ହିଂସା ଅଛି ନାଁ ରି-ପୁଲିଂ । ୪୦ ବର୍ଷ ପରେ ଏମିତି ଶାନ୍ତ ନିର୍ବାଚନ ଦେଖିଛି ବିହାର । ଏଥର ନାଁ ଗୁଳି ଫୁଟିଛି, ନା ଦଙ୍ଗା ଘଟିଛି । ଗାଁ ଗାଁରେ କଳି ଦେଖିବାକୁ ମିଳିନାହିଁ । ଏଥର ନା ରକ୍ତ ବହିଛି ନା କାହାର ଜୀବନ ଯାଇଛି । ଅନ୍ୟପଟେ ଭୋଟିଂ ବେଳେ ବି ଏଥର କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନାହିଁ । ଯାହାଫଳରେ ଏଥର ବିହାର ଇତିହାସରେ ପ୍ରଥମ ଥର ପାଇଁ କୌଣସି ବି ବୁଥ୍ରେ ରିପୁଲିଂ ହୋଇନାହିଁ । ୧୯୮୫ରୁ ୨୦୨୫ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ସୁନ୍ଦର ଅନୁଭୂତି ପାଇଛନ୍ତି ବିହାରବାସୀ ।
ଯଦି ବିହାରର କଳଙ୍କିତ ଇତିହାସ ଫର୍ଦ୍ଦକୁ ଥରେ ଲେଉଟେଇ ଦେଖିବା, ତେବେ ସେଥିରେ କେବଳ ରକ୍ତ ଛିଟା ହିଁ ଦିଶିବ । ସରକାରୀ ତଥ୍ୟ ଅନୁଯାୟୀ, ୧୮୮୫ ମସିହାରେ ହୋଇଥିବା ବିହାର ନିର୍ବାଚନରେ ୬୩ ଜଣଙ୍କ ଜୀବନ ଯାଇଥିଲା । ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଅନେକଙ୍କୁ ବିଚ ରାସ୍ତାରେ ହତ୍ୟା କରାଯାଇଥିଲା । କିଏ ବନ୍ଧୁକ ଗୁଳିରେ ମରିଥିଲା ତ ଆଉ କାହାକୁ ଗଳା କାଟି ହତ୍ୟା କରାଯାଇଥିଲା । ଅନେକଙ୍କ ପରିବାର ଉଜୁଡ଼ି ଯାଇଥିଲା । ନିର୍ବାଚନ ଆସିଲେ ବିହାରବାସୀ ଯେମିତି ଗୋଟାପଣେ ଥରିବା ଆରମ୍ଭ କରୁଥିଲେ । ୧୯୮୫ରେ ଭୋଟ ବେଳେ ହିଂସାର ମାତ୍ରା ଏତେ ଥିଲା ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୧୫୬ ବୁଥ୍ରେ ରିପୁଲିଂ କରାଯାଇଥିଲା ।
ସେହିଭଳି ୧୯୯୦ରେ ମଧ୍ୟ ସ୍ଥିତି ସମାନ ରହିଥିଲା । ହିଂସା ଥମିବା ବଦଳରେ ଆହୁରି ଉଗ୍ର ହୋଇଥିଲା । ୧୯୮୫ ଠାରୁ ୧୯୯୦ରେ ଅଧିକ ମୁଣ୍ଡ ଗଡ଼ିଥିଲା । ସରକାରୀ ତଥ୍ୟ କହୁଛି ସେହିଥର ୮୭ ଜଣଙ୍କ ଜୀବନ ଯାଇଥିଲା ।
ତା'ପରେ ୧୯୯୫ କଥା ନକହିବା ଭଲ । କାରଣ ସେଥର ହିଂସାର ପରିମାଣ ଏତେ ଥିଲା ଯେ, ନିର୍ବାଚନ କମିଶନ ବିହାରରେ ନିର୍ବାଚନ କରିବାକୁ ଡରିଲେ । ଥରେ କି ଦୁଇ ଥର ନୁହେଁ ୪ ଥର ସମ୍ପୂର୍ଣ୍ଣ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ । ମାରକାଟ୍, ବମିଂ, ଗୁଳି ଫୁଟିବା, ହଣାକଟା, ଗୋଷ୍ଠୀ ସଂଘର୍ଷ ଚରମସୀମାରେ ପହଞ୍ଚିଥିଲା । ବିହାରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।
୨୦୦୫ ବେଳକୁ ବି ସମାନ ପରିସ୍ଥିତି ଦେଖାଦେଇଥିଲା । ଭୋଟ ବେଳେ ହିଂସାର ପରିମାଣ ଏତେ ଥିଲା ଯେ ୬୬୦ ବୁଥ୍ରେ ରି-ପୁଲିଂ କରିବାର ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ସେଥର ୬୬୦ ବୁଥ୍ରେ ରି-ପୁଲିଂ ହୋଇଥିଲା ।
ତାପରେ ବଦଳିଥିଲା ବିହାରର ପରିଚୟ । ସତ୍ତା ପରିବର୍ତ୍ତନ ହୋଇଥିଲା । ନୂଆ ନେତା ମଇଦାନକୁ ଆସିଥିଲେ । ହିଂସା ଧିରେ ଧିରେ ଥମିଗଲା । ଆଉ ଏବେ ୨୦୨୫ ନିର୍ବାଚନ ବେଳେ ହିଂସାର ମାତ୍ରା ଶୂନ ହୋଇଯାଇଛି । କୌଣସି ବୁଥରେ ରି-ପୁଲିଂ ମଧ୍ୟ ହୋଇନାହିଁ । ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ନିର୍ବାଚନ କରାଇଥିଲେ ନିର୍ବାଚନ କମିଶନ ।
୨୦୦୫ରେ ଯେତେବେଳେ ନୀତିଶ ରାଜ ଆରମ୍ଭ ହେଲା, ସେବେଠାରୁ ବିହାରର ରଙ୍ଗ ବଦଳିବାକୁ ଲାଗିଲା । ଶାନ୍ତିର ଗାଥା ଗାଇବା ଆରମ୍ଭ କଲେ ବିହାରବାସୀ । ତା'ପରଠାରୁ ବଦଳିଥିଲା ବିହାରର ରୂପରେଖ । ନୀତିଶଙ୍କୁ ବିଜେପି ଦେଇଥିଲା ସମ୍ପୂର୍ଣ୍ଣ ସମର୍ଥନ । ନୀତିଶଙ୍କ JDU ଓ BJP ମିଶି ବିହାରକୁ ଦେଇଥିଲେ ସୁଶାସନ । ଯାହାଫଳରେ ବିହାରବାସୀ ବାରମ୍ବାର ତାଙ୍କୁ ସମର୍ଥନ ଦେଇ ଆସୁଛନ୍ତି । ଏହାପରେ ୨୦୧୦ରେ ଯେତେବେଳ ବିଜେପି ଓ ଜେଡିୟୁ ମିଶି ନିର୍ବାଚନ ଲଢ଼ିଥିଲେ, ସେତେବେଳେ ବିଜେପି ୯୧ ସିଟ୍ ହାତେଇଥିବା ବେଳେ ଜେଡିୟୁ ସବୁଠାରୁ ବଡ଼ ଦଳ ଭାବେ ୧୧୫ ସିଟ୍ରେ ବିଜୟ ହୋଇଥିଲା ।
📱 Get Argus News App
✨Related Topics
Explore more stories