ମାଡିଆସିଲା ପାଣି, ଭାସିଗଲେ ପୁରା ପରିବାର...

ଅର୍ଗସ ବ୍ୟୁରୋ: ମାଡିଆସିଲା ପାଣି। ଭାସିଗଲେ ପୁରା ପରିବାର। ଏଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଣେର ଲୋନାଭାଲାରେ ଗଟିଥିଲା ଏଭଳି ଦୁର୍ଘଟଣା। ଏଥିରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଉ କିଛି ଜଣଙ୍କୁ ଖୋଜୁଛି ରେସ୍କ୍ୟୁ ଟିମ୍ । ଏହି ଦୁର୍ଘଟଣାରେ ଜଣେ ୩୬ ବର୍ଷ ବୟସ୍କା ମହିଳା ଏବଂ ୧୩ ବର୍ଷ ଓ ଆଠ ବର୍ଷର ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି । ଏତଦ୍ ବ୍ୟତୀତ, ଦୁଇ ପିଲାଙ୍କୁ ଖୋଜା ଚାଲିଛି, ଯେଉଁମାନେ ନିଜ ପରିବାର ସହିତ ପାଣିରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।
A woman with 4 kids of a family drowned in waterfall at Lonavala Bhushi Dam, Maharashtra.
2 bodies have been recovered 3 bodies still missing.
Be careful while visiting waterfalls and dams.#Bhushi #Dam #Lonavala #Drowning pic.twitter.com/6v7HDoAri7
📱 Get Argus News App
✨ଦଉଡି ଫିଙ୍ଗି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ କେହି ଜଣେ ସମସ୍ତଙ୍କୁ ବାନ୍ଧି ହୋଇ ରହିବାକୁ ପରାମର୍ଶ ଦେଉଛି । ଦେଖୁ-ଦେଖୁ ସେମାନେ ସମସ୍ତେ ପ୍ରବଳ ସ୍ରୋତରେ ଭାସିଗଲେ। ସୂଚନାନୁସାରେ, ବର୍ଷା ଦିନକୁ ଉପଭୋଗ କରିବାକୁ ଏବଂ ଭୁସି ଡ୍ୟାମ ନିକଟରେ ଥିବା ଜଳପ୍ରପାତକୁ ଉପଭୋଗ କରିବାକୁ ଆସିଥିଲା ଅନସାରୀ ପରିବାର । ଏଭଳି ଘଟଣା ଦେଖି ସେଠାରେ ଥିବା ସମସ୍ତ ଲୋକ ଭୟଭୀତ ହୋଇଯାଇଥିଲେ। ଏହାସହ ଯେଉଁଭଳି ଭାବରେ ବର୍ଷା ହେଉଛି ସେଥିପାଇଁ କୌରସି ବିପଦପୁର୍ଣ୍ଣ ସ୍ଥାନକୁ ଯିବା ପାଇଁ ବାରଣ ହେଉଥିବାବେଳେ ଲୋକେ ଏହାକୁ ମାନୁନାହାନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
