ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ, 5 ଯବାନ ସହିଦ

ଅର୍ଗସ ବ୍ୟୁରୋ: ଲଦାଖ ଅଂଚଳରେ ସେନା ଟ୍ୟାଙ୍କ ଭାସି 5 ଯବାନ ସହିଦ ହୋଇଛନ୍ତି । ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର୍ ଅଭ୍ୟାସ ବେଳେ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ସେନା ଟ୍ୟାଙ୍କ ଭାସି ଯାଇଥିଲା ।
ତୁରନ୍ତୁ ଏ ବିଷୟରେ ଜଣାପାଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଯାଇଥିଲା । ତେବେ ସମସ୍ତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । JCO ସମେତ 5 ଯବାନ ସହିଦ ହୋଇଛନ୍ତି । ଏନେଇ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୃତ
ଲେହ ଠାରୁ 148 କିମି ଦୂରରେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଜୁନିୟର କମିଶନ ଅଫିସର ଥିବା ସୂଚନା ମିଳିଛି ।
📱 Get Argus News App
✨Deeply saddened at the loss of lives of five of our brave Indian Army soldiers in an unfortunate accident while getting the tank across a river in Ladakh.
— Rajnath Singh (@rajnathsingh) June 29, 2024
We will never forget exemplary service of our gallant soldiers to the nation. My heartfelt condolences to the bereaved…
ଏହି ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂହ । ଦେଶ ପାଇଁ ବୀର ଯବାନଙ୍କ ସେବା କେବେ ଭୁଲି ପାରିବୁ ନାହିଁ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସଦିଦଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।