Videos
|
National

ବସରେ ନିଆଁ ଲାଗିଗଲା, ଡ୍ରାଇଭର ଏବଂ କଣ୍ଡକ୍ଟର କାଚ ଭାଙ୍ଗି ଫେରାର ହୋଇଗଲେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ବସରେ ନିଆଁ ଲାଗିଗଲା, ଡ୍ରାଇଭର ଏବଂ କଣ୍ଡକ୍ଟର କାଚ ଭାଙ୍ଗି ଫେରାର ହୋଇଗଲେ

Key Points

ସମୟ ସେତେବେଳକୁ ଭୋର ୪ ଟା ହେବ

ସର୍ଟ ସର୍କିଟ ଯୋଗୁ ବସ୍‌ରେ ଲଗିଯାଏ ନିଆଁ

ନିଆଁ ଲାଗିବା ପରେ ଗୋଟେ କିଲୋମିଟର ଚାଲିଥିଲା ଗାଡ଼ି

ଲକ୍ଷ୍ନୌ-ରାୟବରେଲି ରୋଡ୍‌ର ଭୟାବହ ଅଗ୍ନିକାଣ୍ଡ। ଗୋଟେ ଚଳନ୍ତା ସ୍ଲିପର କୋଚ ବସରେ ନିଆଁ ଲଗିଯିବା ଯୋଗୁ ଜୀବନ୍ତ ଦଗ୍ଧ ହୋଇଛନ୍ତି ୫ ଜଣ। ବସ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ବସଟି ବିହାରର ବେଗୁସରାଇରୁ ଦିଲ୍ଲୀ ଯାଉଥିଲା। ରାୟବରେଲି ରୋଡ୍‌ର ମୋହନଲାଲଗଞ୍ଜ ଉପରେ ଲକ୍ଷ୍ନୌ କିଷାନ ପଥ ଉପରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା।


ଅଗ୍ନିକାଣ୍ଡ ପରେ ମଧ୍ୟ ବସ୍‌ଟି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଚାଲୁଥିଲା। ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି। ପୋଲିସ ଏବଂ ସାଧାରଣ ଲୋକଙ୍କ ସହାୟତାରେ କାଚ ଭାଙ୍ଗି ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଭିତରେ ଶ୍ବାସରୁଦ୍ଧ ଓ ନିଆଁରେ ଦଗ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ବସରେ ୮୦ ଜଣରୁ ଅଧିକ ଯାତ୍ରୀ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଭୋର ସମୟରେ ଦୁର୍ଘଟଣା ଘଟିଥିବାରୁ, ଅଧିକାଂଶ ଯାତ୍ରୀ ଶୋଇ ରହିଥିବାରୁ ମୃତ୍ୟୁ ହୋଇଛି। ଡ୍ରାଇଭର ଏବଂ କଣ୍ଡକ୍ଟର କାଚ ଭାଙ୍ଗି ଫେରାର ହୋଇ ଯାଇଛନ୍ତି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ବସ୍‌ର ଜରୁରୀକାଳୀନ ଗେଟ୍ ଖୋଲି ନଥିଲା ଯାହା ଫଳରେ ପଛ ସିଟ୍‌ରେ ବସିଥିବା ଲୋକମାନେ ବସ୍‌ ଭିତରେ ଫସି ଯାଇଥିଲେ।

Five killed in bus fire | Argus News