ସାମ୍ନାକୁ ଆସିଲା ଅପରେସନ ସିନ୍ଦୁରରେ ନିପାତ ୫ ଟପ୍ ଆତଙ୍କୀଙ୍କ ତାଲିକା

Key Points
ଆକ୍ରମଣ ପ୍ରତିଆକ୍ରମଣ ଘନଘଟା ଭିତରେ ଭାରତ ପାଇଁ ବଡ଼ ଆଶ୍ବସ୍ତି
୭ ମେ ଅପରେସନ ସିନ୍ଦୁରରେ ପାକିସ୍ତାନର ୫ ବଡ଼ ଆତଙ୍କୀଙ୍କୁ ମିଳିଛି ଶାସ୍ତି
ସାମ୍ନାକୁ ଆସିଲା ଅପରେସନ ସିନ୍ଦୁରରେ ନିପାତ ୫ ଟପ୍ ଆତଙ୍କୀଙ୍କ ତାଲିକା
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଅବୁ ଜିନ୍ଦଲ ସଫା
ଜୈସ ମୁଖିଆ ମାସୁଦ ଆଜହରର ଶାଳକ ହାଫିଜ ମହମ୍ମଦ ଜମିଲ ବି ସଫା
ନିହତ ସବୁ ୫ ଆତଙ୍କବାଦୀଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲା ପାକିସ୍ତାନ ସେନା
ପହଲଗାମ୍ ପୀଡ଼ିତଙ୍କ ପାଇଁ କରିଥିବା ପଣ ପ୍ରଧାନମନ୍ତ୍ରୀ କରିଛନ୍ତି ପୂରଣ । ବାଛି ବାଛି ପହଲଗାମ ନରସଂହାରର ଦୋଷୀଙ୍କୁ କରିଛନ୍ତି ନିପାତ। ପକିସ୍ତାନ ଆତଙ୍କବାଦୀଙ୍କ ଉପରେ ଭାରତର ଆକ୍ରମଣ ଓ ପ୍ରତିଆକ୍ରମଣର ଘନଘଟା ଭିତରେ ସାମ୍ନାକୁ ଆସିଛି ବଡ଼ ଆସ୍ବଶ୍ତିକର ଖବର। ୭ ମେ ରେ ଭାରତୀୟ ସେନା ପକ୍ଷରୁ ପାକସ୍ତାନରେ କରାଯାଇଥିବା ଅପରେସନ ସିନ୍ଦୁରରେ ସଫା ହୋଇଛନ୍ତି ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଜାରି କରାଯାଇଛି ସେମାନଙ୍କର ତାଲିକା। ଏ ସମସ୍ତ ଆତଙ୍କବାଦୀ ଥିଲେ ଜୈସ- ଇ- ମହମ୍ମଦ ଓ ଲସ୍କର ଇ ତୋଇବାର ଟପ୍ କମାଣ୍ଡର। ଭାରତରେ ହୋଇଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣରେ ଏମାନେ ଥିରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସାମିଲ। ତାଲିକାର ସର୍ବାଗ୍ରେ ରହିଛି ଲସ୍କରର ଟପ୍ କମାଣ୍ଡର ମୁଦସର ଖାଦିଆନ୍ ଖାସ୍ ଓ ଅବୁ ଜିନ୍ଦର।
ଅବୁ ଜିନ୍ଦଲ ହେଉଛି ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ। ଅବୁ ଜିନ୍ଦଲ କେତେ ବଡ଼ ଆତଙ୍କୀ ଥିଲା ତାର ବଡ଼ ପ୍ରମାଣ ହେଉଛି ଯେଉଁଭଳି ଭାବେ ତାର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଜମାଦ ଉଦ୍ ଦାୱାର ଚିଫ୍ ହାଫିଜ ବଦୁଲ ରୌଫ ଦ୍ବାରା ପରିଚାଳିତ ଏକ ସରକାରୀ ସ୍କୁଲରେ ଅବୁ ଜିନ୍ଦଲର କରାଯାଇଥିଲା ଅନ୍ତିମ ସଂସ୍କାର। ତାର ମୃତ୍ୟୁରେ ହୋଇଥିବା ପ୍ରାର୍ଥନା ସଭାରେ ପାକିସ୍ତାନୀ ଆର୍ମିର ଲେଫ୍ଟନାଣ୍ଟ ଜେନେରାଲ ଏବଂ ପଞ୍ଜାବ ପ୍ରଦେଶର ପୋଲିସ ଆଇଜି ହୋଇଥିଲେ ସାମିଲ।
ତାଲିକାର ଦୁଇ ନମ୍ବରରେ ରହିଛି ହାଫିଜ ମହମ୍ମଦ ଜମିଲ। ଜୈସ-ଏ- ମହମ୍ମଦର ଏହି ଟପ୍ ଆତଙ୍କବାଦୀ ବି ଅପରେସନ ସିନ୍ଦୁରରେ ହୋଇଛି ସଫା। ଏ ହେଉଛି ଜୈଶ ମୁଖିଆ ମସୁଦ ଆଜହର ବଡ଼ ଶାଳକ ।
ସାମୁଦ ଆଜହରର ଆଉ ଜଣେ ଶାଳକ ତଥା ଜୈସର ଅନ୍ୟତମ ଟପ୍ କମାଣ୍ଡର ମହମ୍ମଦ ୟୁସୁଫ୍ ଆଜହର ଓରଫ ଉସ୍ତାଦଜୀ ବି ଅପରେସନ୍ ସିନ୍ଦୁରରେ ହୋଇଛି ନିପାତ। କାନ୍ଦାହାର ବିମାନ ଅପହରଣର ଇଏ ଥିଲା ଅନ୍ୟତମ ମାଷ୍ଟର ମାଇଣ୍ଡ। ଭାରତ ସରକାରଙ୍କ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ଥିଲା ମହମ୍ମଦ ୟୁସୁଫ୍ ଆଜହରର ନାଁ।
📱 Get Argus News App
✨ଲସ୍କର- ଇ ତୋଏବା ଆତଙ୍କବାଦୀ ଖାଲିଦ ଓରଫ ଅବୁ ଆକାଶାର ବି ହୋଇଛି ଶୋଚନୀୟ ମୃତ୍ୟୁ। ଜମ୍ମୁ କାଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ଖାଲିଦ । ଆଫଗାନୀସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ବି ଖାଲିଦ ଥିଲା ସଂପୃକ୍ତ। ପାକିସ୍ତାନର ଫୈସଲାବାଦରେ ହୋଇଥିଲା । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦର ଅନ୍ତିମ ସଂସ୍କାର ଯେଉଁଥିରେ ଫୈସଲାବାଦ ଡେପୁଟି କମିଶନରଙ୍କ ସମେତ ପାକିସ୍ତାନ ଆର୍ମିର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
ଜୈସ ଇ ମହମ୍ମଦର ଟପ୍ ଆତଙ୍କବାଦୀ ମହମ୍ମଦ ହାସନ୍ ଖାନ୍ ବି ଅପରେସନ୍ ସିନ୍ଦୁରରେ ହୋଇଛି ସଫା। ସେ ହେଉଛି ପାକ୍ ଅଧିକୃତ କାଶ୍ମୀରରେ ଜୈସର ଅପରେସନ୍ କମାଣ୍ଡର ମୁଫତି ଅସଗର ଖାନର ପୁଅ। ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ହାସନ୍ ଖାନର ଥିଲା ବଡ଼ ଭୂମିକା।
ପହଲମାଗମରେ ଯେଉଁ ୨୬ ନୀରିହ ଭାରତୀୟଙ୍କର ସିନ୍ଦୁର ଉଜାଡ଼ିଥିଲେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସେମାନଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯାଇଛି ଅପରେସ ସିନ୍ଦୁର ମାଧ୍ୟମରେ। ମେ ୭ ରେ ହୋଇଥିବା ଭାରତର ଏହି ଅପରେସନରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କରାଯାଇଥିଲା ଏୟର ଷ୍ଟ୍ରାଇକ୍। ଯେଉଁଥିଲେ ଏହି ୫ ମୋଷ୍ଟ ୱାଣ୍ଟେଡ୍ ଆତଙ୍କାବାଦୀଙ୍କ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ହୋଇଛନ୍ତି ନିପାତ। ତେବେ ଏଇ ହେଉଛି ଭାରତ ପକ୍ଷରୁ ନିଆଯାଇଥିବା ପ୍ରତିଶୋଧର ଆଦ୍ୟ ତାଲିକା ଆଗକୁ ଆଗକୁ ଏହି ତାଲିକା ଆହୁରି ଲମ୍ବା ହେବ।