ଶିଶୁକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ୍
·1 year ago

ଅର୍ଗସ ବ୍ୟୁରୋ: ବୋରୱେଲ୍ରେ ଖସି ପଡ଼ିଛି ୫ ବର୍ଷର ଶିଶୁ । ରାଜସ୍ଥାନର ଦୌସା ଅଂଚଳରୁ ଖବର ଆସିଛି । ଶିଶୁଟିକୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ୍ । ଗତକାଲି ସନ୍ଧ୍ୟାରେ ଶିଶୁଟି ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଶିଶୁଟି ବୋରଓ୍ବେଲର ଖସି ପଡିଥିବା ଜଣାପଡିଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହାପରେ SDRF ଓ NDRF ଟିମକୁ ନିୟୋଜିତ କରାଯାଇଛି । ବୋରଓ୍ବେଲର ସମାନ୍ତରାଳ ଭାବରେ ଏକ ଗାତ ଖୋଳାଯାଉଛି । ଏଥିପାଇଁ ୧୨ଟି ଜେସିବି ଲଗାଯାଇଛି । ରାତିସାରା ଚାଲିଛି ଉଦ୍ଧାରକାର୍ଯ୍ୟ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: