Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଧାର କାର୍ଡ ତ୍ରୁଟି ଏମିତି ସୁଧାରନ୍ତୁ

Arpita Mohanty
Browse all articles by Arpita Mohanty
·2 years ago·2 min read
ଆଧାର କାର୍ଡ ତ୍ରୁଟି ଏମିତି ସୁଧାରନ୍ତୁ

ଅର୍ଗସ ବ୍ୟୁରୋ: କ'ଣ ଆପଣଙ୍କ ଆଧାର କାର୍ଡରେ କିଛି ତଥ୍ୟମୂଳକ ତ୍ରୁଟି ରହିଯାଇଛି କି ? ଜାଣନ୍ତୁ କେତେଥର ପର୍ଯ୍ୟନ୍ତ ଆପଣ ଏହି ତ୍ରୁଟିକୁ ସୁଧାରିପାରିବେ । ଅନେକ ସମୟରେ ଦେଖାଯାଇଥାଏ ଯେ ଆଧାର ପରିଚୟ ପତ୍ରରେ ଅନେକ ଲୋକଙ୍କ ନାମ, ଠିକଣା, ଲିଙ୍ଗ, ଜନ୍ମତାରିଖ ଆଦି ଭୁଲ ପ୍ରିଣ୍ଟ ହୋଇଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ ଏହାକୁ କେତେଥର ପର୍ଯ୍ୟନ୍ତ ସୁଧାରି ପାରିବେ । 

ଆଧାରକାର୍ଡ଼କୁ ଭାରତର ନାଗରିକମାନଙ୍କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ UIDAI ଦ୍ୱାରା ପ୍ରଦାନ କରାଯାଇଛି । ବାୟୋମେଟ୍ରିକ୍ସ ବ୍ୟତୀତ ଏଥିରେ କାର୍ଡଧାରୀଙ୍କ ଜନସଂଖ୍ୟା ସମ୍ବନ୍ଧୀୟ ସୂଚନା ମଧ୍ୟ ରହିଥାଏ । ଯଦି ଏହି କାର୍ଡରେ କିଛି ଭୁଲ ପ୍ରିଣ୍ଟ ହୋଇଯାଇଥାଏ ତେବେ କ'ଣ ରହିଛି ଏହାକୁ ସୁଧାରିବାର ନିୟମ ଆସନ୍ତୁ ଜାଣିବା ।

ନାମ ସମ୍ବନ୍ଧୀୟ ନିୟମ :
ଯଦି କେଉଁ ବ୍ୟକ୍ତିଙ୍କ ଆଧାର କାର୍ଡ଼ରେ ନାମ ସହ ଜଡିତ କୌଣସି ପ୍ରକାରର ଭୁଲ ବା ତ୍ରୁଟି ରହିଯାଇଥାଏ ତେବେ ଆପଣ ଏହାକୁ ସର୍ବାଧିକ ୨ ଥର ପର୍ଯ୍ୟନ୍ତ ସଂଶୋଧନ କରିପାରିବେ । ଯଦି କେହି ବ୍ୟକ୍ତି ଏହାକୁ ତୃତୀୟ ଥର ପାଇଁ ସଂଶୋଧନ କରିବାକୁ ଚେଷ୍ଟା କରନ୍ତି ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷ ଆପଣଙ୍କୁ ମନା କରିପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜନ୍ମ ତାରିଖ ସଂଶୋଧନର ନିୟମ :
ଯଦି କୌଣସି ବ୍ୟକ୍ତିଙ୍କ ଆଧାର କାର୍ଡ଼ରେ ଜନ୍ମ ତାରିଖ ଭୁଲ ପ୍ରିଣ୍ଟ ହୋଇଛି ତେବେ ଉକ୍ତ ବ୍ୟକ୍ତି UIDAI ଅନୁଯାୟୀ ଆପଣ ଏହାକୁ ପରିବର୍ତ୍ତନ କରିପାରିବେ । କିନ୍ତୁ ଏହାକୁ କେବଳ ୩ ବର୍ଷ ବ୍ୟବଧାନରେ ସଂଶୋଧନ କରାଯାଇପାରିବ । ଅର୍ଥାତ୍ ଯଦି ତୁମର ଜନ୍ମ ତାରିଖ ତିନି ବର୍ଷ ପଛରେ କିମ୍ବା ଆଧାର କାର୍ଡରେ ତିନି ବର୍ଷ ଆଗରେ ଅଛି, ତେବେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଠିକଣା ସଂଶୋଧନର ନିୟମ :
ଯଦି ଆପଣଙ୍କ ଆଧାର କାର୍ଡରେ ଆପଣଙ୍କ ଠିକଣାରେ ତ୍ରୁଟି ଅଛି କିମ୍ବା ଆପଣ ନିଜର ଠିକଣା ପରିବର୍ତ୍ତନ କରୁଛନ୍ତି ତେବେ ଆପଣ ଏହାକୁ ଯେତେ ଥର ଚାହୁଁଛନ୍ତି ବଦଳାଇ ପାରିବେ । ଏହା ପାଇଁ କୌଣସି ସୀମା ନାହିଁ ।

ଅଧିକ ପଢନ୍ତୁ ଭାରତ ଖବର

Sponsored
Aadhaar card | Argus News