Videos
|
National

Ayodhya Ram Mandir / ଅଯୋଧ୍ୟାରେ ଆୟୋଜନ ହେଉଛି ଭବ୍ୟ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ବି ହେବେ ସାମିଲ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଅଯୋଧ୍ୟାରେ ଆୟୋଜନ ହେଉଛି ଭବ୍ୟ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ବି ହେବେ ସାମିଲ

Key Points

ନଭେମ୍ବର ୨୫ ତାରିଖରେ ସକାଳ ୧୧.୫୫ ରୁ ୧୨.୧୦ ମଧ୍ୟରେ, ଶୁଭ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ ଧର୍ମଧ୍ୱଜ ଉତ୍ତୋଳନ କରିବେ।

ଅଯୋଧ୍ୟାରେ ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ଐତିହାସିକ କାର୍ଯ୍ୟକ୍ରମ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଅଯୋଧ୍ୟା ଗସ୍ତ କରିଥିଲେ। ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶୀର୍ଷରେ ଧର୍ମଧ୍ୱଜ ଉତ୍ତୋଳନ କରିବେ, ଯାହା ଭାରତ ଏବଂ ବିଦେଶର ଭକ୍ତମାନଙ୍କୁ ରାମ ମନ୍ଦିର ନିର୍ମାଣ ସମାପ୍ତିର ବାର୍ତ୍ତା ଦେବ ।

ଅଯୋଧ୍ୟା ରାମ ମନ୍ଦିରର ଶୀର୍ଷରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବରିଷ୍ଠ ସେନା ଅଧିକାରୀମାନେ ମଧ୍ୟ ଅନେକ ଅଭ୍ୟାସ କରିଛନ୍ତି । ଏବେ ନଭେମ୍ବର ୨୫ ତାରିଖରେ ସକାଳ ୧୧.୫୫ ରୁ ୧୨.୧୦ ମଧ୍ୟରେ, ଶୁଭ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ ଧର୍ମଧ୍ୱଜ ଉତ୍ତୋଳନ କରିବେ।

ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକ ଯୋଗ ଦେଇ ପାରନ୍ତି । ମନ୍ଦିର ପୂର୍ଣ୍ଣାଙ୍ଗ ହେବା ସହିତ ୪ ପାଖରେ ଥିବା ୮ ମନ୍ଦିର କାମ ବି ଶେଷ ହୋଇଛି । ପ୍ରକୋଟା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୪ ତାରିଖରେ ତୀର୍ଥ କ୍ଷେତ୍ର ପୁରମରେ ଅଖିଳ ଭାରତୀୟ ସନ୍ଥ ବୈଠକ ଅନୁଷ୍ଠିତ ହେବ । ଏଥିରେ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ଯୋଗଦେବେ ।

ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଧର୍ମାନ୍ତୀକରଣ ରୋକିବା କାର୍ଯ୍ୟକ୍ରମରେ ନିୟୋଜିତ ଥିବା ୧୯୬ ସନ୍ଥଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ସୁଧାଂଶୁ ପଟ୍ଟନାୟକ । ୨୪ ତାରିଖରେ ପ୍ରଭାତ ଫେରି ହେବା ସହିତ ଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି । ୧୮ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି । ଆଜି ମୁଁ ବହୁତ ଖୁସି ସରୋଜ ନଦୀର ଜଳ ନେଇ ଆମେ ଅଯୋଧ୍ୟା ଆଡ଼କୁ ଅନାଇ ସାରା ଭାରତ ବର୍ଷରୁ ଶପଥ କରିଥିଲୁ ମନ୍ଦିର ପୂର୍ଣ୍ଣାଙ୍ଗ ହେବା ପର୍ଯ୍ୟନ୍ତ ମନ ପ୍ରାଣ ଦେଇ କାର୍ଯ୍ୟ କରିବୁ। ୨୫ ତାରିଖରେ ମନ୍ଦିର ପୂର୍ଣ୍ଣାଙ୍ଗ ହେବ ୧୧ ଟାରୁ ୨ ଟା ମଧ୍ୟରେ କାର୍ଯ୍ୟକ୍ରମ ସମାପନ ହେବ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories