ମଣ୍ଡିର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା, ଗଲାଣି ୩ ଜୀବନ

Key Points
ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ
ମଣ୍ଡିର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ୩ ଜଣଙ୍କ ମୃତ୍ୟୁ
ଏବେ ବି ଅନେକ ନିଖୋଜ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା
ପ୍ରବଳ ବର୍ଷା ଯୋଗୁଁ ଉପର ଅଞ୍ଚଳର ଭଗ୍ନାବଶେଷ ତଳ ଅଞ୍ଚଳରେ ଜମିଛି
ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି । ମଣ୍ଡିର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ 3 ଜଣଙ୍କ ଜୀବନ ଯାଇଛି । ଏବେ ବି ଅନେକ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଉପର ଅଞ୍ଚଳର ଭଗ୍ନାବଶେଷ ତଳ ଅଞ୍ଚଳରେ ଜମିଛି । ପାହାଡ଼ରୁ ମାଟି, କାଦୁଅ ବହି ଆସି ତଳିଆ ଅଞ୍ଚଳରେ ଜମା ହୋଇଛି । ଘର ଦ୍ବାରା ଭାଙ୍ଗିବା ସହ କାର୍ ଗୁଡ଼ିକ କାଦୁଅ ପାଣିରେ ପୋତି ହୋଇରହିଛି । ଘର, ଦ୍ବାର ନିଶ୍ଚିହ୍ନ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ ରେସକ୍ୟୁ ଅପରେସନ ଜାରି ରହିଛି ।
ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଯାହା ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହିମାଚଳ ପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇଛି । ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ଗଲାଣି ୩ ଜଣଙ୍କ ଜୀବନ। ଏବେ ବି ଅନେକ ନିଖୋଜ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଘରଦ୍ୱାର ଭାଙ୍ଗିବା ସହ କାର୍ଗୁଡ଼ିକ କାଦୁଅ ପାଣିରେ ପୋତି ହୋଇରହିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: