Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିମାଚଳରେ ପ୍ରବଳ ବନ୍ୟା ୪ ଶ୍ରମିକ ମୃତ, ୯ ନିଖୋଜ

Banajyotshna Ray
Browse all articles by Banajyotshna Ray
·1 year ago
ହିମାଚଳରେ ପ୍ରବଳ ବନ୍ୟା ୪ ଶ୍ରମିକ ମୃତ, ୯ ନିଖୋଜ

Key Points

ହିମାଚଳରେ ପ୍ରବଳ ବନ୍ୟା

ବନ୍ୟାରେ ୪ ମୃତ, ୯ ନିଖୋଜ

ହିମାଚଳରେ ପ୍ରବଳ ବନ୍ୟା 4 ଶ୍ରମିକ ମୃତ, 9 ନିଖୋଜ। ହିମାଚଳରେ ବନ୍ୟାର ତାଣ୍ଡବ: 4 ଶ୍ରମିକ ମୃତ, 9 ନିଖୋଜ । ହିମାଚଳପ୍ରଦେଶ ଧର୍ମଶାଳା ଓ ଖନିଆରାରେ ବନ୍ୟା ଯୋଗୁଁ କ୍ଷୟକ୍ଷତି । ବନ୍ୟାରେ 15ରୁ 20 ଶ୍ରମିକ ଭାସି ଯାଇଥିଲେ, ଏବେ ବି 9 ଜଣଙ୍କ ପତ୍ତା ମିଳୁନି । ଖନିଆରା ମଗୁଣୀ ଖଣ୍ଡରେ ହାଇଡ୍ରୋ ପ୍ରୋଜେକ୍ଟ କାମ ବେଳେ ଭାସିଯାଇଥିଲେ ଶ୍ରମିକ । ନିଖୋଜ ଶ୍ରମିକଙ୍କୁ ଖୋଜାଖୋଜି ଜାରି, ଆଜି ଓ କାଲି ବି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ । ଅନେକ ସ୍ଥାନରେ ଲାଗି ରହିଛି ବର୍ଷା। ହିମାଚଳପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେଉଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
flash-floods-in-himachal-4-dead-9-still-missing | Argus News