|
logo
Live
Argus News App
GET APP

Argus News - ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆପଣଙ୍କ ଫ୍ଲାଇଟ ହୋଇପାରେ ବାତିଲ କିମ୍ବା ବିଳମ୍ବ !

National

flight delay / ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆପଣଙ୍କ ଫ୍ଲାଇଟ ହୋଇପାରେ ବାତିଲ କିମ୍ବା ବିଳମ୍ବ !

Rashmita Mishra
Browse all articles by Rashmita Mishra
·4 months ago·2 min read
ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆପଣଙ୍କ ଫ୍ଲାଇଟ ହୋଇପାରେ ବାତିଲ କିମ୍ବା ବିଳମ୍ବ  !

Key Points

A320 ବିମାନ ପାଇଁ ଆଲର୍ଟ
ଭାରତରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ବିମାନର ଉଡ଼ାଣ ପ୍ରଭାବିତ
ସୋଲାର ରେଡିଏସନର ଭୟ, 6 ହଜାର ବିମାନ ଉପରେ ପ୍ରଭାବ
A320 ଶ୍ରେଣୀର ବିମାନରେ ଟେକ୍ନିକାଲ ତ୍ରୁଟି
ଫ୍ରାନ୍ସର ବିମାନ କମ୍ପାନୀ ଏୟାରବସ୍ ପକ୍ଷରୁ ସୂଚନା

ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । A320 ବିମାନ ପାଇଁ ଆଲର୍ଟ । ଭାରତରେ ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବହୁ ଉଡ଼ାଣ ପ୍ରଭାବିତ । କାରଣ A320 ଶ୍ରେଣୀର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି । ଯଦି ଆପଣ ଇଣ୍ଡିଗୋ, ଏୟାର ଇଣ୍ଡିଆ କମ୍ବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ବିଳମ୍ବ କିମ୍ବା ବାତିଲର ସାମ୍ନା କରିପାରନ୍ତି ।

କାରଣ ଏୟାରବସ୍ A320 ଫ୍ୟାମିଲି ବିମାନକୁ ବିପଦ ରହିଛି । ବିମାନର ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବି ହୋଇଛି । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି ହୋଇଛି । ଭାରତରେ ପ୍ରାୟ ୨୦୦ରୁ ଅଧିକ ବିମାନର ଉଡ଼ାଣରେ ସିଧାସଳଖ ପ୍ରଭାବ ପଡିଛି । A320 ବିମାନ ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ସମୟ ଲାଗିପାରେ ତେଣୁ ବିମାନ ଉଡାଣ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

ସାରା ବିଶ୍ୱରେ ଏୟାରବସ୍ A320 ଫ୍ୟାମିଲି ବିମାନଗୁଡ଼ିକୁ ବ୍ୟାପକ ସଫ୍ଟୱେର୍ ଏବଂ ହାର୍ଡୱେର୍ ଅପଗ୍ରେଡ୍ ପାଇଁ ଗ୍ରାଉଣ୍ଡ କରାଯାଉଛି । ଏୟାରବସ୍ A320 ଉଡ଼ାଣରେ ସମସ୍ୟା ବିମାନ କ୍ଷେତ୍ରକୁ ଚିନ୍ତାରେ ପକାଇଛି । ଦେଶରେ ୫୬୦ରୁ ଅଧିକ ଏ ୩୨୦ ପ୍ଲେନ୍‌ ଉଡାଣ ଭରିଥାଏ । ଏଥିରୁ ପ୍ରାୟ ୨୦୦ରୁ ୨୫୦ ପ୍ଲେନରେ ତୁରନ୍ତ ଯାଞ୍ଚ ଏବଂ ପରିବର୍ତ୍ତନର ଆବଶ୍ୟକତା ରହିଛି ।

କିଛି ବିମାନରେ ସ୍ପପ୍ଟୱେର ବଦଳିବ । କିଛିରେ ହାର୍ଡୱେୟର ରିପ୍ଲେସ୍ କରାଯିବ । ତେଣୁ ପ୍ଲେନ୍‌କୁ ଗ୍ରାଉଣ୍ଡ କରିବାକୁ ପଡିବ । ତେଣୁ ଉଡ଼ାଣ ବିଳମ୍ବ କିମ୍ବା ବାତିଲ ହୋଇପାରେ । ୟୁରୋପିୟନ ୟୁନିୟନ ଏଭିଏସନ୍‌ ସେଫ୍ଟି ଏଜେନ୍ସିଂ ଏମରଜେନ୍ସିଂ ନୋଟିସ୍ ଜାରି କରି କହିଛି ପ୍ଲେନ୍‌ରେ ଏକ ଭଲ ଇଏଲଏସି କମ୍ପ୍ୟୁଟର ଲଗାଇବା ଜରୁରୀ ଯାହା ଫ୍ଲାଇଟ୍‌ କଣ୍ଟ୍ରୋଲ୍‌କୁ ସମ୍ଭାଳିବ ।ଏୟାରବସ୍‌ର ଜଣେ ଅଧିକାରୀଙ୍କ ଅନୁସାରେ ଯାନ୍ତ୍ରିକ ସମସ୍ୟାର ସମାଧାନ ପ୍ରକ୍ରିୟାରେ ମୋଟ୍ ୬୦୦୦ ବିମାନ ଉପରେ ପ୍ରଭାବ ପଡିବ ।

ଏୟାରବସ୍ ଏବଂ EASAର ମିଳିତ ତଦନ୍ତରୁ ଜଣାପଡିଛି ଯେ, ଉଚ୍ଚ ଉଚ୍ଚତାରେ ବର୍ଦ୍ଧିତ ସୌର ବିକିରଣ ELAC କମ୍ପ୍ୟୁଟର 'ବିଟ୍‌ ଫ୍ଲିପ୍' କିମ୍ବା ଡାଟା ସମସ୍ୟା ସୃଷ୍ଟି କରିଥିଲା । ଏହା ଯୋଗୁଁ କମ୍ପ୍ୟୁଟରକୁ ଭୁଲ୍ ସିଗନାଲ ମିଳିଥିଲା । ଅଟୋପାଇଲଟ୍ ମୋଡ୍‌ରେ ଥିବା ସତ୍ତ୍ୱେ ବିମାନଟି ନିମ୍ନଗାମୀ ଗତିରେ ଗତି ଆରମ୍ଭ କଲା ।​​​​​​​

ଭାରତ ପ୍ରାୟ ୫୬୦ ଟି A320 ଫ୍ୟାମିଲି ବିମାନ ଉଡ଼ାଣ ଭରିଥାଏ । ଯାହାର ପ୍ରାୟ ଅଧା ବିମାନ ଏହି ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏହାର ଅର୍ଥ ହେଉଛି ଆଗାମୀ କିଛି ଦିନ ମଧ୍ୟରେ ବହୁ ସଂଖ୍ୟକ ବିମାନକୁ ଅସ୍ଥାୟୀ ଭାବରେ ଗ୍ରାଉଣ୍ଡେଡ୍ କରିବାକୁ ପଡିବ । ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ଏୟାରବସ୍ A320 ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଦେଶରେ ଥିବା ୨୦୦ ରୁ ୨୫୦ରୁ ଅଧିକ ବିମାନ ପାଇଁ ତୁରନ୍ତ ସଫ୍ଟୱେର୍ ଏବଂ ହାର୍ଡୱେର୍ ଅପଡେଟ୍ ଆବଶ୍ୟକ । ଏହା ସିଧାସଳଖ ବିମାନ ପରିଚାଳନା ଏବଂ ଉଡ଼ାଣ ସମୟସୂଚୀକୁ ପ୍ରଭାବିତ କରିବ ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
flight delay: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆପଣଙ୍କ ଫ୍ଲାଇଟ ହୋଇପାରେ ବାତିଲ କିମ୍ବା ବିଳମ୍ବ ! | Argus News