Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା

Banajyotshna Ray
Browse all articles by Banajyotshna Ray
·1 year ago
ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା

Key Points

ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ

ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ ହୋଇଛି। ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା। କିଛି ଘଣ୍ଟାର ଲଗାଣ ବର୍ଷା ପରେ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ କାର୍ ଭାସୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ବିମାନ ଓ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳର ଜଳାର୍ଣ୍ଣବ ହୋଇପଡିଛି। ରାସ୍ତାରେ ଅଣ୍ଟା ଲେଖାଏଁ ପାଣି ଜମା ରହିଥିବାରୁ ଲୋକଙ୍କୁ ଯିବାଆସିବାରେ ସମସ୍ୟା ଦେଖା ଦେଇଛି।


ଦିଲ୍ଲୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ବର୍ଷା ସାଙ୍ଗକୁ ଝଡତୋଫାନ ମଧ୍ୟ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
flight-ops-hit-trees-uprooted-roads-flooded-as-delhi-receives-heavy-rain | Argus News