Videos
|
National

ବର୍ଷା ପାଇଁ ବିଳମ୍ବ ହୋଇପାରେ ବିମାନ, ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କଲା ଇଣ୍ଡିଗୋ

Ritu Das
Browse all articles by Ritu Das
·1 year ago·1 min read
ବର୍ଷା ପାଇଁ ବିଳମ୍ବ ହୋଇପାରେ ବିମାନ, ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କଲା ଇଣ୍ଡିଗୋ

Key Points

ଗୋଆରେ ହେଉଛି ପ୍ରବଳ ବର୍ଷା

ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

ବିମାନ ସେବା ବିଳମ୍ବ

ଗୋଆରେ ହେଉଛି ପ୍ରବଳ ବର୍ଷା । ଘଡ଼ଘଡ଼ି ସହ ବର୍ଷା ଅନେକ ସ୍ଥାନରେ ହେଉଥିବା ବେଳେ ଗୋଆ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଗ ଖରାପ ଥିବାରୁ ଏବଂ ବର୍ଷା ଜନିତ ପବନର ଝଟକା ଦେଉଥିବାରୁ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଗୋଆ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ପାଇଁ ପରାମର୍ଶ ଜାରି କରିଛି ଇଣ୍ଡିଗୋ ଏୟାର ଲାଇନ୍ସ । ଗୋଆରେ ହେଉଥିବା ବର୍ଷା ବିମାନ ଯାତ୍ରାକୁ ପ୍ରଭାବିତ କରିପାରେ, ଯାହା ଫଳରେ ସମ୍ଭାବ୍ୟ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— IndiGo (@IndiGo6E) May 20, 2025


ତେଣୁ ବିମାନବନ୍ଦରକୁ ଯିବା ପୂର୍ବରୁ ଯାତ୍ରୀମାନେ ସେମାନଙ୍କର ବିମାନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଡିଗୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଥିବା ବେଳେ, ବିମାନବନ୍ଦରକୁ ଯିବା ପୂର୍ବରୁ ସମସ୍ତ ଯାତ୍ରୀ ଅପଡେଟ୍ ଷ୍ଟାଟସ ଦେଖି ବାହାରନ୍ତୁ ବୋଲି କହିଛି । କାରଣ ବର୍ଷା ପାଇଁ ସ୍ଥାନୀୟ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଥାଇପାରେ।