Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫ୍ଲିପ୍‌କାର୍ଟର ଧମାକାଦାର ଅଫର୍‌, ଦୀପାବଳିରେ ବଢିଆ ଡିସକାଉଣ୍ଟ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଫ୍ଲିପ୍‌କାର୍ଟର ଧମାକାଦାର ଅଫର୍‌, ଦୀପାବଳିରେ ବଢିଆ ଡିସକାଉଣ୍ଟ

Key Points

  • ଫ୍ଲିପ୍‌କାର୍ଟର ଧମାକାଦାର ଅଫର୍‌
  • ଦୀପାବଳିରେ ବଢିଆ ଡିସକାଉଣ୍ଟ
  • ଯେତେ ଇଚ୍ଛା ସେତେ କିଣନ୍ତୁ ମନପସନ୍ଦର ଜିନିଷ

ଅର୍ଗସ ବ୍ୟୁରୋ:  ଦୁର୍ଗାପୂଜା ଗଲା, କାଳୀପୂଜା ଆସୁଛି । ପାର୍ବଣରେ ବି ଅନଲାଇନ ସପିଂ ରେକର୍ଡ କରିଥିଲା । ଠିକ୍‌ ସେହିପରି ଦୀପାବଳିରେ ବି ରେକର୍ଡ କରିବାକୁ ଯାଉଛି । କାରଣ ଏଥର ଫ୍ଲିପକାର୍ଟରେ ଅଫର ପୁରା ସାନଦାର ହେବାକୁ ଯାଉଛି । ଖୁବଶୀଘ୍ର ଫ୍ଲିପ୍‌ କାର୍ଟରେ ଅଫର ଆରମ୍ଭ ହେବାକୁ ଯାଉଛି । ଇ-କମର୍ସ ପ୍ଲାଟ୍‌ଫର୍ମରେ ଏହି ସେଲ୍‌ର ମାଇକ୍ରୋସାଇଟ୍‌ ଏବେଠୁ ହିଁ ଲାଇଭ୍‌ କରି ଦିଆଯାଇଛି । ଏହାସହ ଶେଷ ତାରିଖ ବି ଘୋଷଣା ହୋଇସାରିଛି । ତେଣୁ ଅନଲାଇନ୍‌ରେ ଯେଉଁମାନେ ସପିଂ କରୁଛନ୍ତି ସେମାନଙ୍କ ପାଇଁ କେବଳ ଫାଇଦା ହିଁ ଫାଇଦା ।

ଦୀୱାଲିର ତୟାରୀ ଆରମ୍ଭ ହୋଇଗଲାଣି ।  କାରଣ ଅନେକ ଗ୍ରାହକ ପାର୍ବଣ ବେଳେ ସାମଗ୍ରୀ କିଣିପାରିନଥିଲେ । କାର୍ଯ୍ୟବ୍ୟସ୍ତତା ହେଉ କି ଟଙ୍କାର ଅଭାବ ହେଉ ମନପସନ୍ଦର ଜିନିଷ କିଣିପାରିନଥିଲେ । କିନ୍ତୁ ଏବେ ପୁଣି ଥରେ ଅଫର୍‌ ଆରମ୍ଭ ହେଉଥିବାରୁ ଜୋରଦାର ସପିଂ ହେବ ବୋଲି ଚର୍ଚ୍ଚା ଚାଲିଛି ।  ସେଲ୍‌ରେ ସ୍କାର୍ଟଫୋନ୍‌ରୁ ନେଇ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ମିଳିବାକୁ ଯାଉଛି । 

ଦିୱାଲୀରେ ମିଳିବାକୁ ଥିବା ଅଫର୍‌ରେ କେବଳ ଏସବିଆଇ କାର୍ଡ କଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବାକୁ ଯାଉଛି । ସେଲ୍‌ରେ ଆଇଫୋନ୍‌, ସାମ୍‌ସଙ୍ଗ୍‌, ଭିଭୋ ସହ ଅନେକ ବ୍ରାଣ୍ଡ୍‌ର ଫୋନ୍‌ ଉପରେ ଆକର୍ଷଣୀୟ ଅଫର୍‌ ମିଳିବ। ଅଫର୍‌ ତ ମିଳିବ କିନ୍ତୁ କେଉଁ ସାମଗ୍ରୀ ଉପରେ କେତେ ମିଳିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିକାଲି ସ୍ମାର୍ଟଫୋନ୍‌ ଯୁବପିଢିଙ୍କର କେତେ ଦରକାର ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ଏଥର ଅଫରରେ ସ୍ମାର୍ଟଫୋନ୍‌ରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କେବଳ ସ୍ମାର୍ଟଫୋନ୍‌ କାହିଁକି ବରଂ ସ୍ମାର୍ଟୱାଚ୍‌, ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବି ଆକର୍ଷଣୀୟ ଅଫର ମିଳିବାକୁ ଯାଉଛି । ତେଣୁ ଏବେଠୁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଯେଉଁମାନେ ଚାହିଁବେ ସେମାନେ କିଣିପାରିବେ । ହେଲେ ପୁଣି ଥରେ କହିରଖୁଛୁ କି, SBI କାର୍ଡ ବ୍ୟବହାର କଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବ ।
 

Sponsored
Flipkart Big Diwali Sale announced | Argus News