Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତର ପୂର୍ବରେ ବନ୍ୟା ବିତ୍ପାତ, ୩୪ଜଣଙ୍କ ଗଲାଣି ଜୀବନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଉତ୍ତର ପୂର୍ବରେ ବନ୍ୟା ବିତ୍ପାତ, ୩୪ଜଣଙ୍କ ଗଲାଣି ଜୀବନ

Key Points

ଉତ୍ତର ପୂର୍ବରେ ବନ୍ୟା ବିତ୍ପାତ

ମୌସୁମୀ ବର୍ଷାରେ ଉତ୍ତର ପୂର୍ବ ରାଜ୍ୟରେ ହାଲ୍ ବେହାଲ୍

ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ

ମଣିପୁରରେ ବନ୍ୟା ଜଳରେ ଭାସିଗଲା ଘର

ଉତ୍ତର ପୂର୍ବରେ ବନ୍ୟା ବିତ୍ପାତ। ମୌସୁମୀ ବର୍ଷାରେ ଉତ୍ତର ପୂର୍ବ ରାଜ୍ୟରେ ହାଲ୍ ବେହାଲ୍ । ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ। ଏବେ ସୁଦ୍ଧା ୩୪ଜଣ ହରାଇଲେଣି ଜୀବନ। ମଣିପୁରରେ ବନ୍ୟା ଜଳରେ ଭାସିଗଲା ଘର। ଅନ୍ୟ ପ୍ରଭାବିତ ଅଂଚଳରେ ଡଙ୍ଗାରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ମୌସୁମୀ ବର୍ଷାରେ ଉତ୍ତର ପୂର୍ବ ରାଜ୍ୟରେ ହାଲ୍ ବେହାଲ୍ । ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ । ଏବେ ସୁଦ୍ଧା 34ଜଣ ହରାଇଲେଣି ଜୀବନ । ମଣିପୁରରେ ବନ୍ୟା ଜଳରେ ଭାସିଗଲା ଘର । ଅନ୍ୟ ପ୍ରଭାବିତ ଅଂଚଳରେ ଡଙ୍ଗାରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଆସାମରେ ବନ୍ୟାର କରାଳ ରୁପ । ଲଗାତର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଜାରି ରହିଛି । ଗୌହାଟୀରେ ୫ ଜଣଙ୍କ ସମେତ ରାଜ୍ୟରେ ଭୂସ୍ଖଳନ ଯୋଗୁଁ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି NDRF ଟିମ୍‌ । ସହରରେ ମଧ୍ୟ ସମାନ ପରିସ୍ଥିତି ରହିଛି । ସମଗ୍ର ସହର ଜଳମଗ୍ନ ଏବଂ ଚାରିରୁ ପାଞ୍ଚଟି ଜିଲ୍ଲାରେ ଏବେ ବି ସ୍ଥିତି ସଙ୍ଗୀନ । ଅନେକ ସ୍ଥାନରେ ପାଣି ନିଷ୍କାସନ ହେଉଛି । ପୂର୍ବରୁ ଯେଉଁ ସ୍ଥାନରେ ପ୍ରବଳ ବନ୍ୟା ହୋଇଥିଲା, ସେଠାରେ ଧିରେ ଧିରେ ସ୍ଥିତିର ସୁଧାର ଆସୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood disaster in Northeast, 34 people lost their lives | Argus News