Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରକାଶୀରେ ମହାପ୍ରଳୟ , ଚାଲିଛି ଉଦ୍ଧାର କାମ, ମାଟି ତଳୁ ଜୀବନ ଖୋଜା ଚାଲିଛି

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଉତ୍ତରକାଶୀରେ ମହାପ୍ରଳୟ , ଚାଲିଛି ଉଦ୍ଧାର କାମ, ମାଟି ତଳୁ ଜୀବନ ଖୋଜା ଚାଲିଛି

Key Points

ଉତ୍ତରାଖଣ୍ଡର ଉତ୍ତରକାଶୀରେ ମହାପ୍ରଳୟ ପରେ...
ଧରାଲି ଗାଁରେ ଚାରିଆଡ଼େ ଧ୍ବଂସଲୀଳାର ଚିତ୍ର
ସବୁଠି କେବଳ ବଡ଼ ପଥରଖଣ୍ଡ ଓ ଅତଡ଼ା ମିଶା କାଦୁଅ
ପ୍ରକୃତିର ତାଣ୍ଡବକୁ ୨୪ଘଣ୍ଟା ବିତିଯିବା ପରର ଦୃଶ୍ୟ ହୃଦୟ ବିଦାରକ
ଚାଲିଛି ଉଦ୍ଧାର କାମ, ମାଟି ତଳୁ ଜୀବନ ଖୋଜା ଚାଲିଛି
ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ଫୋନରେ କଥା ହେଲେ ପିଏମ ମୋଦି
ଗ୍ରାଉଣ୍ଡଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ସିଏମ ଧାମୀ

ଦେବଭୂମିରେ ମହାପ୍ରଳୟର ପରେ ଇଏ ହେଉଛି ଦୃଶ୍ୟ । ଏବେ ମାଟି ତଳେ ଜୀବନ ଖୋଜା ଚାଲିଛି। ଫସି ରହିଥିବା ଶବକୁ ଉଦ୍ଧାର କରାଯାଉଛି। ମଙ୍ଗଳବାର ବାଦଲ ଫଟା ବର୍ଷା ପରେ ପାହାଡ଼ ଉପରୁ ଖସି ଆସିଥିଲା ଆତଙ୍କ। କେହି କିଛି ବୁଝିବା ଆଗରୁ ପ୍ରକୃତିର ତାଣ୍ଡବରେ ନିଶ୍ଚିହ୍ନ ହୋଇଗଲା ପୂରା ଧରାଲି ଗାଁ। ଧ୍ବଂସଲୀଳା ପରେ ଧରାଲି ଗାଁରେ ଆଖି ଯୁଆଡ଼େ ବୁଲୁଛି ସେଠି କେବଳ ବଡ଼ ପଥରଖଣ୍ଡ, ଅତଡ଼ା ମିଶା କାଦୁଅ। ଏଯାଏଁ ୨୦୦ରୁ ଅଧିକ ନିଖୋଜଙ୍କୁ ଖୋଜି ବାହାର କରିଛି ଏନ୍‌ଡିଆର୍‌ଏଫ୍‌, ସେନା ଓ ଆଇଟିବିପିର ମିଳିତ ଟିମ୍‌। ଏହି ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଯବାନ ନିଖୋଜ ଅଛନ୍ତି। ପ୍ରାୟ ୨୫ଟି ହୋଟେଲ, ଗେଷ୍ଟ ହାଉସ ଓ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଧାମୀ ଆକାଶମାର୍ଗରୁ ଉତ୍ତରକାଶୀ ଏବଂ ଗ୍ରାଉଣ୍ଡ ଜିରୋରେ ଧରାଲି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣାରେ ଆହତ ହୋଇଥିବା ଯବାନଙ୍କୁ ମଧ୍ୟ ସେ ଭେଟିଛନ୍ତି।

ଉଦ୍ଧାରକାର୍ଯ୍ୟକୁ ୟୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। କିନ୍ତୁ ବାଧକ ସାଜିଛି ବର୍ଷା ଓ ଖରାପ ପାଣିପାଗ । ଉତ୍ତରକାଶୀର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ହେଉଛି। ଧରାଲିକୁ ସଂଯୋଗ କରୁଥିବା ତିନିଟି ପ୍ରମୁଖ ରାସ୍ତା ବନ୍ଦ । ତେଣୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅଲକାନନ୍ଦା ନଦୀର ଜଳସ୍ତର ବୃଦ୍ଧିପାଇଛି। ଏଥିପାଇଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପ୍ରବଳବର୍ଷା ନେଇ ରେଡ୍ ଆଲର୍ଟ ଜାରି ହେବାପରେ ଉତ୍ତରାଖଣ୍ଡର ୯ଟି ଜିଲ୍ଲାରେ ସ୍କୁଲ ଛୁଟି ନେଇ ଘୋଷଣା ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood in Uttarkashi, rescue work underway, search for life underground | Argus News