FloodViralVideo / ବନ୍ୟାରେ ଭାସି ଆସିଥିବା ଗ୍ୟାସ୍ ଟାଙ୍କି ନେବାକୁ ପାଣିକୁ ଡେଇଁଲେ...
·1 hour ago·2 min read

Key Points
ବନ୍ୟାରେ ଭାସି ଆସିଲା ଶହ ଶହ ଗ୍ୟାସ୍ ସିଲିଣ୍ଡର
ଆଉ ଏହି ତାଣ୍ଡବ ଭିତରେ ଲୋକେ ଗ୍ୟାସ୍ ସିଲିଣ୍ଡର ନେବାକୁ ବାଡ଼ାବାଡ଼ି

ବନ୍ୟାରେ ଭାସି ଆସିଲା ଶହ ଶହ ଗ୍ୟାସ୍ ସିଲିଣ୍ଡର। ଗାଁ ବୁଡ଼ିଗଲା ଘର ଭାଙ୍ଗି ଗଲା। ବନ୍ୟା ରଚିଲା ମୃତ୍ୟୁର ତାଣ୍ଡବ। ଆଉ ଏହି ତାଣ୍ଡବ ଭିତରେ ଲୋକେ ଗ୍ୟାସ୍ ସିଲିଣ୍ଡର ନେବାକୁ ବାଡ଼ାବାଡ଼ି। ବନ୍ୟା ପାଣିକୁ ଡେଇଁ ଗ୍ୟାସ୍ ସିଲିଣ୍ଡର ବୋହି ଆଣୁଛନ୍ତି। ମୃତ୍ୟୁକୁ ବାଜି ଲଗାଇ ପଙ୍କ ପାଣିରେ ପଶି ଗ୍ୟାସ ନେଇ ଆସୁଛନ୍ତି। ହଁ ଆଜ୍ଞା, ନେପାଳ ଦେଖା ଦେଇଛି ଭୟଙ୍କର ବନ୍ୟା। ଅନେକ ଘର ଭାସି ଯାଇଛି। ଶହ ଶହ ଲାକଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଏବେବି ନିଖୋଜ। କିନ୍ତୁ ଏହାରି ଭିତରେ କିଛି ଲୋକ ଅଛନ୍ତି ଯିଏ ଲୋକଙ୍କୁ ସାହାଯ୍ୟ କଣ କରିବେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ପାଣିରେ ଭାସି ଆସିଥିବା ଗ୍ୟାସ୍ ସିଲିଣ୍ଡରକୁ ପାଣିରୁ ନେଇ ଆସୁଛନ୍ତି।
ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ। ଏ ହେଉଛି ନେପାଳରେ ଆସିଥିବା ବନ୍ୟାର ଚିତ୍ର। ସବୁ କିଛି ଧ୍ବଂସ କରିଦେଇଛି ବନ୍ୟା। ଆଉ ଏହି ବନ୍ୟାରେ ଏହି ଲୋକ ମାନଙ୍କୁ ଟିକେ ଦେଖନ୍ତୁ। ପାଣିରେ ପଶି କେମିତି ଗ୍ୟାସ୍ ସିଲିଣ୍ଡର ସବୁ ବୋହି ଆଣୁଛନ୍ତି। ଆଗରେ କିଏ ସିଲିଣ୍ଡର ପାଖରେ ପହଞ୍ଚିବ ସେଥିପାଇଁ ପ୍ରତିଯୋଗିତା ମଧ୍ୟ ଲାଗୁଛି। ଯେଉଁ ସେମୟରେ ଶହ ଶହ ଲୋକ ମୃତ୍ୟୁର ସାମ୍ନା କରୁଛନ୍ତି ସେହି ସମୟରେ ସାହାଯ୍ୟ କଣ କରିବେ ଗ୍ୟାସ୍ ସିଲିଣ୍ଡର ନେବାକୁ କସରତ ଚଳାଇଛନ୍ତି। ଯିଏ ଏହି ଦୃଶ୍ୟ ଦେଖିବ ତାକୁ ଏହି ଚିତ୍ର ବ୍ୟଥିତ କରୁଛି। ସେ ଭାଇଚାରା କୁଆଡ଼େ ଗଲା। ମଣିଷ ମାନଙ୍କ ଭିତରେ ସେ ମଣିଷପଣିଆର ଏତେ ଅବନତି ଘଟୁଛି କଣ ପାଇଁ। ଲୋକ ମାନଙ୍କୁ ସାହାଯ୍ୟ ନକରି ଏଠି ଗ୍ୟାସ୍ ସିଲିଣ୍ଡର ପାଇଁ କସରତ କରୁଛନ୍ତି। ବୋଧେ ମୃତ୍ୟୁର ତାଣ୍ଡ ଏମାନଙ୍କୁ ମଜା ଦେଉଛି।
ସେପଟେ ଯଦି ଦେଖିବା ଭାରତ ବଢ଼ାଇଛି ସାହାଯ୍ୟର ହାତ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳରେ ସ୍ଥିତିକୁ ନେଇ ଦୁଃଖପ୍ରକାଶ କରିଛନ୍ତି। ଭାରତୀୟ ବାୟୁସେନା ସବୁ ପ୍ରକାରର ସହାୟତା ନେଇ ପହଞ୍ଚିଛି ନେପାଳରେ। ଖାଇବା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ସବୁ ପଠାଇଛି ଭାରତ। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍ ଏବଂ ଭାରତୀୟ ବାୟୁସେନା ନିୟୋଜିତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories