Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୋଖରୀ ଖୋଳୁଥିବା ସମୟରେ ମିଳିଲା ଉଡ଼ନ୍ତା ଡାଇନୋସରର ଜୀବାସ୍ମ

Ritu Das
Browse all articles by Ritu Das
·10 months ago·2 min read
ପୋଖରୀ ଖୋଳୁଥିବା ସମୟରେ ମିଳିଲା ଉଡ଼ନ୍ତା ଡାଇନୋସରର ଜୀବାସ୍ମ

Key Points

ଡାଇନୋସର କଥା ଶୁଣିଲେ ନିଶ୍ଚିତ ଆପଣ ଭୟଭୀତ ହୋଇପଡ଼ୁଥିବେ। କାରଣ ଏମାନଙ୍କର ଉଚ୍ଚତା ବିଲ୍ଡିଙ୍ଗ ଠାରୁ ବଡ଼। ଆଉ ଏମାନେ ବହୁତ ଦ୍ରୂତ ଗତିରେ ଦୌଡ଼ନ୍ତି। ମଣିଷ ଏମାନଙ୍କ ସାମ୍ନାରୁ କେବେ ବଞ୍ଚିପାରିବନି।

ଡାଇନୋସର କଥା ଶୁଣିଲେ ନିଶ୍ଚିତ ଆପଣ ଭୟଭୀତ ହୋଇପଡ଼ୁଥିବେ। କାରଣ ଏମାନଙ୍କର ଉଚ୍ଚତା ବିଲ୍ଡିଙ୍ଗ ଠାରୁ ବଡ଼। ଆଉ ଏମାନେ ବହୁତ ଦ୍ରୂତ ଗତିରେ ଦୌଡ଼ନ୍ତି। ମଣିଷ ଏମାନଙ୍କ ସାମ୍ନାରୁ କେବେ ବଞ୍ଚିପାରିବନି। ରାଜସ୍ଥାନରେ କୁଆଡେ ଏହି ଡାଇନୋସର ୧୦୦ ବର୍ଷ ପୂର୍ବରୁ ରାଜ କରୁଥିଲେ। କିନ୍ତୁ ପରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏମାନେ ପୃଥବବୀରୁ ନିଶ୍ଚିହ୍ନ ହୋଇଗଲେ। ଆଉ ଏମାନେ ଶାକାହାରୀ ଥିଲେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ଖାଲି ଯାହା ଆମେ ମୁଭିରେ ଦେଖିଛେ। ସତରେ ବହୁ ଭୟଙ୍କର ଥିଲେ। imagine କଲେ ବି ଡର ଲାଗୁଛି। ରାଜସ୍ଥାନର ଜୈସଲମେରରେ ଜିଲ୍ଲାର ଏକ ଗାଁରେ ବଡ଼ ହାଡ଼ ଆକାରର ଜୀବାସ୍ମ ମିଳିଛି। ଏଥିରୁ ସ୍ଥାନର ସମ୍ପର୍କ ଏବେ ପ୍ରାକଐତିହାସିକ ଡାଇନୋସର ଯୁଗ ସହ ଯୋଡି ଦେଖାଯାଉଛି। ଏହି ଅସାଧାରଣ ପଥର ଓ ହାଡ଼ ଯାହା ଏକ ବଡ଼ କଙ୍କାଳ ଭଳି ଦେଖାଯାଉଛି। ଜୈସଲମେରରୁ ୪୫ କିଲୋମିଟର ଦୂର ମେଘା ଗାଁରୁ ମିଳିଛି। ଗାଁର ଲୋକେ ସ୍ଥାନୀୟ ପୋଖରୀ ନିକଟରେ ଖନନ କରିବା ବେଳେ ଏହି ଜୀବାସ୍ମ ଦେଖିବାକୁ ପାଇଥିଲେ। ରାଜସ୍ଥାନରୁ ଏହି ସ୍ଥାନରୁ ପୂର୍ବରୁ ମଧ୍ୟ ଡାଇନୋସରର ଜୀବାଶ୍ମ ମିଳିଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ପୁଣି ପୋଖରୀ ଖୋଳିବା ସମୟରେ ଡାଇନୋସରର ଅଣ୍ଡା ମିଳିଛି। ଜଣେ ସ୍ଥାନୀୟ ଲୋକ ଦେଖିବାପରେ ଡରିଯାଇଥିଲେ ପରେ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ପୁରା ଘଟଣା ସମଗ୍ର ଗାଁରେ ଖେଳିଯାଇଛି। ଫତେଗଡ଼ ଉପବିଭାଗୀୟ ମାଜିଷ୍ଟ୍ରେଟ୍ ଓ ତହସିଲଦାର ଘଟଣାସ୍ଥଳକୁ ଆସି ଅବଶେଷକୁ ନିରୀକ୍ଷଣ କରିଛନ୍ତି। ପୋଖରୀରେ କଙ୍କାଳ ଓ ପଥର ଭଳି ଚିହ୍ନ ସବୁ ଦେଖା ଗଲା। ଗାଁ ଲୋକେ ଏହାକୁ ପ୍ରାଚୀନ ଅବଶେଷ ବୋଲି ଭାବି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓ ପ୍ରଶାସନ ସହିତ ସମ୍ପର୍କ କରିଛନ୍ତି। ବୈଜ୍ଞାନିକ କହିଛନ୍ତି ଯେ ଜୈସଲମେରର ପଥୁରିଆ ସଂରଚନାରେ ସମୁଦ୍ର ଓ ମିଠାପାଣିର ଭଣ୍ଡାର ରହିଛି। ଏହି ଭଣ୍ଡାର ୧୮୦ ନିୟୁତ ବର୍ଷ ପୁରୁଣା, ଯାହା ଜୁରାସିକ ଯୁଗରେ ଡାଇନୋସରଙ୍କ ସମୟର। ପ୍ରତ୍ନତତ୍ତ୍ୱବିତ୍ ପାର୍ଥ ଜଗାନି କହିଛନ୍ତିଏଠାରେ ମିଳିଥିବା କିଛି ଗଠନ ପଥର କାଠ ପରି ଦେଖାଯାଏ କିନ୍ତୁ ଏକ ବଡ଼ ଗଠନ ମଧ୍ୟ ଅଛି ଯାହା କଙ୍କାଳ ପରି ଦେଖାଯାଉଛି।


ଏସବୁର ମିଶ୍ରଣ ସ୍ପଷ୍ଟ କରୁଛି ଯେ, ଏହି ଅବଶେଷଗୁଡିକ ଲକ୍ଷ ଲକ୍ଷ ବର୍ଷ ପୁରୁଣା ହୋଇପାରେ, ସମ୍ଭବତଃ ଡାଇନୋସର ଯୁଗର। ତଥାପି, ବିଶେଷଜ୍ଞମାନେ ବୈଜ୍ଞାନିକ ପରୀକ୍ଷଣ ପୂର୍ବରୁ ଏଗୁଡ଼ିକ ବିଷୟରେ କୌଣସି ନିଷ୍କର୍ଷ ବାହାର କରିବା ବିରୁଦ୍ଧରେ ସତର୍କ କରାଇଛନ୍ତି। ପ୍ରଫେସର ଶ୍ୟାମ ସୁନ୍ଦର ମୀନା କହିଛନ୍ତି – ଏହି ଅବଶେଷଗୁଡିକ କୌଣସି ଗଭୀର ଖନନରୁ ବାହାରି ନାହିଁ ଏହି ସ୍ଥାନରେ ରହିଛି। ଏହି ଜୀବାସ୍ମ କେବଳ 50 ରୁ 100 ବର୍ଷ ପୁରୁଣା। କେବଳ କାର୍ବନ ଡେଟିଂ ଏବଂ ବୈଜ୍ଞାନିକ ବିଶ୍ଳେଷଣର ଅନ୍ୟାନ୍ୟ ପଦ୍ଧତି ସେମାନଙ୍କର ସଠିକ୍ ବୟସ ନିର୍ଣ୍ଣୟ କରିପାରିବ। ସୋସିଆଲ ମିଡିଆରେ ଏହି ଜୀବାଶ୍ମର ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ପୁରା ଗାଁ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ସତରେ ଜୀବିତ ହୋଇଯିବେନି ତ? ବୈଜ୍ଞାନିକ ଏହି ଉଡ଼ନ୍ତା ଡାଇନୋସରର କଙ୍କାଳଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି।

Sponsored
Fossil of Flying Dinosaur Found While Digging Pond | Argus News