Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶର ସରକାରଙ୍କ ପାଇଁ ବଜେଟ୍‌ ଯେତିକି ଆବଶ୍ୟକ, ସେତିକି ଗୋଟିଏ ସାଧାରଣ ପରିବାର ପାଇଁ ମଧ୍ୟ ଆବଶ୍ୟକ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦେଶର ସରକାରଙ୍କ ପାଇଁ ବଜେଟ୍‌ ଯେତିକି ଆବଶ୍ୟକ, ସେତିକି ଗୋଟିଏ ସାଧାରଣ ପରିବାର ପାଇଁ ମଧ୍ୟ ଆବଶ୍ୟକ

ଅର୍ଗସ ବ୍ୟୁରୋ:  ଦେଶର ସରକାରଙ୍କ ପାଇଁ ବଜେଟ୍‌ ଯେତିକି ଆବଶ୍ୟକ, ସେତିକି ଗୋଟିଏ ସାଧାରଣ ପରିବାର ପାଇଁ ମଧ୍ୟ ଆବଶ୍ୟକ । କୌଣସି ପରିବାରର ବଜେଟ୍‌ ପ୍ରସ୍ତୁତ କରିବା ଦ୍ୱାରା ସାଧାରଣ ଲୋକଟିଏ ସୀମିତ ଆୟରେ ସେ ନିଜ ଖର୍ଚ୍ଚ ନିର୍ଦ୍ଧାରଣ କରିପାରିବେ । ଯାହାଦ୍ୱାରା ସାଧାରଣ ଲୋକଟିଏ ବିତ୍ତୀୟ ଶୃଙ୍ଖଳାରେ ଗୁରୁତ୍ୱ ବିଷୟରେ ଜାଣି ପାରିବ, ଆଉ ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତି ପାଇପାରିବ । ସେହିଭଳି ଦେଶର ବଜେଟ ମଧ୍ୟ ସମାନ ଢଙ୍ଗରେ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଉପସ୍ଥାପିତ ବଜେଟ୍‌ରେ ସରକାର ବିଶେଷ ଭାବରେ ସେହି କ୍ଷେତ୍ରଗୁଡିକ ଉପରେ ଧ୍ୟାନ ଦିଅନ୍ତି ଯାହା ରୋଜଗାର ଏବଂ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିପାରିବ । ଆଉ ଆଜି ହେଉଛି ସେହି ବଜେଟର ଦିନ ।

ଆସିବ ଦେଶର ବଜେଟ୍ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ବର୍ଷ ପାଇଁ ସାଧରଣ ବଜେଟ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ତେବେ ଏଥିରେ କାହାକୁ ମିଳିବ ଅଧିକ ଫୋକସ । ସ୍ବାସ୍ଥ୍ୟ , ଶିକ୍ଷା, ରୋଜଗାର, କୃଷି ପାଇଁ କଣ ରହିଛି ବଡ଼ ଯୋଜନା। ଏଥର ବଜେଟରେ କଣ ରହିଛି ତାକୁ ନେଇ ସାରା ଦେଶର ନଜର ରହିଛି ।  କଣ ରହିବ କେନ୍ଦ୍ରୀୟ ବଜେଟ-୨୦୨୪ର ରୂପରେଖ ? ପକେଟକୁ ବାଧିବ ନା ବଢିବ ସେଭିଂ ? ମଧ୍ୟବିତ୍ତଙ୍କ ପାଇଁ କଣ ରହିଛି ଯୋଜନା ? ସାଧାରଣ ନିର୍ବାଚନ ପୂର୍ବରୁ କେଉଁ ବର୍ଗକୁ ଫୋକସ କରିବେ କେନ୍ଦ୍ର ସରକାର ?

ବଜେଟ୍ 2024...ଫୋକସରେ ଏସବୁ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିରକ୍ଷା ଭିତ୍ତିଭୂମି ବିକାଶ
ରେଳ ଭିତ୍ତିଭୂମିକୁ ଅଗ୍ରାଧିକାର
ଗ୍ରାମାଞ୍ଚଳ ବିକାଶ
କୃଷି ଓ କୃଷକ ବିକାଶ
ଗରିବ କଲ୍ୟାଣ
ସବୁଜ ଶକ୍ତିର ବିକାଶ 
ଯୁବଶକ୍ତି
ଶିକ୍ଷାକ୍ଷେତ୍ରକୁ ଅଗ୍ରାଧିକାର
ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ
କରଦାତାଙ୍କ ପାଇଁ ବଡ ରିହାତି
ଛୋଟ ବ୍ୟବସାୟୀଙ୍କୁ ଲାଭ
ମହିଳା ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌
ପର୍ଯ୍ୟଟନକୁ ଗୁରୁତ୍ୱ
ଜାତୀୟ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ

ଅଧିକ ପଢ଼ନ୍ତୁ ଦେଶ ଖବର:
 

Sponsored
FM Nirmala Sitharaman and her team have reached north block ahead of Interim Budget | Argus News