Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହ୍ବାଟ୍ସଆପ କଲ ରେକର୍ଡ ପାଇଁ ଆପଣାନ୍ତୁ ଏହି ୨ ସହଜ ଉପାୟ

National

ହ୍ବାଟ୍ସଆପ କଲ ରେକର୍ଡ ପାଇଁ ଆପଣାନ୍ତୁ ଏହି ୨ ସହଜ ଉପାୟ

Ritu Das
Browse all articles by Ritu Das
·2 years ago·1 min read
ହ୍ବାଟ୍ସଆପ କଲ ରେକର୍ଡ ପାଇଁ ଆପଣାନ୍ତୁ ଏହି ୨ ସହଜ ଉପାୟ

ଅର୍ଗସ ବ୍ୟୁରୋ: ହ୍ବାଟସଆପ ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ କହିଲେ ଭୂଲ ହେବନାହିଁ। ଏହି ଆପ ମାଧ୍ୟମରେ, ହଜାରେ କିଲୋମିଟର ଦୂରରେ ବସିଥିବା ଯେ କୌଣଣସି ବ୍ୟକ୍ତିଙ୍କ ସହ ଆପଣ ଆରାମରେ ଚାଟ କରିବାସହ ଭିଡିଓ କଲରେ ଦେଖିପାରିବେ। ଉପଭୋକ୍ତାମାନଙ୍କ ସୁବିଧାକୁ ବିଚାରକୁ ନେଇ, କମ୍ପାନୀ ପ୍ରତିଦିନ ନୂତନ ବୈଶିଷ୍ଟ୍ୟ ପ୍ରଦାନ କରେ, ଯାହାଦ୍ବାରା ଚାଟିଂ ସହଜ ଏବଂ ମଜାଳିଆ ହୋଇଯାଏ | ହ୍ବାଟ୍ସଆପ୍ ମାଧ୍ୟମରେ କଲ୍ କରିବା ପାଇଁ କୌଣସ ଣସି ଅଲଗା ଦେୟ ଦେବାକୁ ପଡ଼ୁନାହିଁ। କିନ୍ତୁ ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ କମ୍ପାନୀ କାହିଁକି ଆପରେ ଏପରି ବୈଶିଷ୍ଟ୍ୟ ପ୍ରଦାନ କରୁନାହିଁ ଯାହା ଦ୍ବାରା ହ୍ବାଟ୍ସଆପ୍ ରେକର୍ଡ ହୋଇପାରିବ।

ସର୍ବପ୍ରଥମେ, ଆପଣ ଜାଣିବା ଆବଶ୍ୟକ ଯେ କଲ୍ ରେକର୍ଡ କରିବା ପାଇଁ ହ୍ବାଟସ୍ ଆପ୍ କୌଣସି ଅଫିସିଆଲ୍ ଉପାୟ ପ୍ରଦାନ କରିନାହିଁ। କିନ୍ତୁ ଯଦି ଆପଣଙ୍କର ଆଣ୍ଡ୍ରଏଡ୍ ଫୋନ୍ ଅଛି, ତେବେ ଆପଣଙ୍କର ଡିଭାଇସ୍ ଏକ ଭଏସ୍ ରେକର୍ଡିଂ ଆପ୍ ସହିତ ଆସିବାର ଏକ ବଡ଼ ସମ୍ଭାବନା ଅଛି। ହ୍ ହ୍ବାଟ୍ସଆପ୍ କଲ୍ ରେକର୍ଡ କରିବା ପାଇଁ ଏହି ପଦ୍ଧତିଗୁଡିକ ବ୍ୟବହାର କରାଯାଇପାରିବ। 

-ଏଥିପାଇଁ ପ୍ରଥମେ ହ୍ବାଟ୍ସଆପ୍ କଲ୍ ଆରମ୍ଭ କରନ୍ତୁ। ବର୍ତ୍ତମାନ କଲ୍ ବିଚ୍ଛିନ୍ନ ନକରି ବ୍ୟାକ କରନ୍ତୁ। (ଯଦି ଆପଣଙ୍କର ଫୋନ୍ ମଲ୍ଟିଟାସ୍କିଂ କରୁଛି ଆପଣ ଫୋନ କଲ ନ କାଟି ବ୍ୟାକ କରିଲେ ବି କଲ ଚାଲୁ ରହିବ।
-ବ୍ୟାକ କରିବା ପରେ ଆପଣଙ୍କୁ ଭଏସ ରେକଡିଂ ଆପ ନିକଟକୁ ଯିବାକୁ ପଡ଼ିବ।
-ଏହାପରେ ଆପଣ ରେକର୍ଡ ବଟନ ଅନକୁ ଯାଇ ରେକଡିଂ କରିପାରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଟୋମେଟିକ କିପରି ହ୍ବାଟ୍ସଆପ କଲ ରେକର୍ଡ ହେବ
ଅଟୋମେଟିକ କଲରେକର୍ଡ ପାଇଁ ଆପଣଙ୍କ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯିବାକୁ ପଡ଼ିବ। ପରେ ଆପଣଙ୍କୁ cube call app କିମ୍ବା cube call recorder ଟାଇପ କରିବାକୁ ପଡ଼ିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Follow these 2 easy | Argus News