Videos
|
National

ଏହି ଗାଁରେ ଚପଲ ବ୍ୟାନ୍

Arpita Mohanty
Browse all articles by Arpita Mohanty
·2 years ago·1 min read
ଏହି ଗାଁରେ ଚପଲ ବ୍ୟାନ୍

ଅର୍ଗସ ବ୍ୟୁରୋ: ସାଧାରଣତଃ ଘରୁ ବାହାରିଲା ମାନେ ଆମେ ଚପଲର ବ୍ୟବହାର କରିଥାଉ। ବିନା ଚପଲରେ କୁଆଡ଼େ ଯିବା ଅସମ୍ଭବ। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁ ଗାଁରେ ଚପଲ ମନା। ଗାଁରେ କେହି ଚପଲ ପିନ୍ଧନ୍ତିନି କି କିଏ ପିନ୍ଧିକି ଗଲେ ପ୍ରବେଶ କରିବାକୁ ଦିଅନ୍ତିନି। ଏହା ବିଶ୍ବାସ ରହିଛି ଯେ ଚପଲ ପିନ୍ଧିଲେ ପୂରା ଗାଁ ଅଶୁଦ୍ଧି ହୋଇଯିବ। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଏହି ଗାଁଟି ରହିଛି, ବେମନାଗାରି ଇଣ୍ଡଲୁ ନାମରେ ଏହି ଗାଁ ତିରୁପତିରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ।

ଏହି ଗାଁରେ ଯଦି କେହି ଜୋତା କିମ୍ବା ଚପଲ ପିନ୍ଧେ ତେବେ ଗାଁ ଲୋକେ ସେହି ବ୍ୟକ୍ତିକୁ ଛୁଅନ୍ତି ନାହିଁ। ଏମିତି କି ନିଜେ ବି ବାହାରକୁ ଗଲେ ଚପଲର ବ୍ୟବହାର କରନ୍ତି ନାହିଁ। ତେବେ ଏପରି କରିବା ପଛର କାରଣ ହେଉଛି ଏହି ଗାଁର ଲୋକମାନେ ଗାଁଟିକୁ ମନ୍ଦିର ବୋଲି ମାନନ୍ତି କାରଣ ଏହି ଗାଁରେ ପ୍ରଭୁ ଭେଙ୍କଟେଶ୍ୱର ବିରାଜମାନ କରନ୍ତି। ସେଥିପାଇଁ ଗାଁ ଲୋକେ ତାଙ୍କୁ ସମ୍ମାନ ଜଣାଇ କାହିଁ କେତେ ବର୍ଷରୁ ଚପଲର ବ୍ୟବହାର କରିନାହାଁନ୍ତି। ଗାଁ ର ପୂଜକ ଏହି ନିୟମ ବନାଇଛନ୍ତି। 

ଏହି ଗାଁରେ ସମୁଦାୟ ୧୨୦ ଟି ପରିବାର ବସବାସ କରନ୍ତି । ସମସ୍ତେ କୃଷି ଉପରେ ନିର୍ଭରଶୀଳ। କାରଣ ଗାଁର ସାକ୍ଷରତା ହାର ବହୁତ କମ । କେବଳ ଚପଲ ମନା ନୁହେଁ ବରଂ ଏହି ଗାଁ ର ଲୋକେ ଅନ୍ୟ କୌଣସି ସ୍ଥାନକୁ ଯାତ୍ରା କରିଲେ ସେଠାକାର ଖାଦ୍ୟ ପାନୀୟ କିଛି ବି ଗ୍ରହଣ କରନ୍ତିନାହିଁ । କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ପାଖେ ପୂଜାର୍ଚ୍ଚନା କରାଯାଏ। ଏପରିକି ଗର୍ଭବତି ମହିଳା ବି ପ୍ରସବ ସମୟରେ ହସ୍ପିଟାଲ ଯାଆନ୍ତି ନାହିଁ ।  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: