Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ୧୧ ବର୍ଷ ହେବ ମୁହଁରେ ପକାଇଛନ୍ତି ତାଲା, ସ୍ତ୍ରୀ ରଖିଛନ୍ତି ଚାବି

National

ଦୀର୍ଘ ୧୧ ବର୍ଷ ହେବ ମୁହଁରେ ପକାଇଛନ୍ତି ତାଲା, ସ୍ତ୍ରୀ ରଖିଛନ୍ତି ଚାବି

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଦୀର୍ଘ ୧୧ ବର୍ଷ ହେବ ମୁହଁରେ ପକାଇଛନ୍ତି ତାଲା, ସ୍ତ୍ରୀ ରଖିଛନ୍ତି ଚାବି

ଅର୍ଗସ ବ୍ୟୁରୋ : ଧୂମ୍ରପାନ ଏକ ନିଶା । ଯାହା ଥରେ ଅଭ୍ୟାସରତ ହେବାପରେ ଏହାକୁ ଛାଡିବା ମଣିଷ ପକ୍ଷେ ମୁସ୍କିଲ ହୋଇଯାଏ । ଅନେକ ଜଣ ନିଜକୁ ଧୂମ୍ରପାନରୁ ନିବୃତ କରିବାକୁ ଅନେକ ଚେଷ୍ଟା କରି ବିଫଳ ହୁଅନ୍ତି । ଆଉ କିଛିଜଣ ଏଥିପାଇଁ ଅନେକ ଚେଷ୍ଟା କରନ୍ତି , ଅନେକ ପରିଶ୍ରମ ମଧ୍ୟ କରନ୍ତି । ଖୁବ କମ ଧୂମ୍ରପାନକୁ ଭ୍ୟାସରେ ବନାଇଥିବା ବ୍ୟକ୍ତି ଏଥିରୁ ନିଜକୁ ନିବୃତ କରିଛନ୍ତି । କାରଣ କର୍କଟ ଭଳି ବଡ ରୋଗ ପଛର ବଡ କାରଣ ହେଉଛି ଧୂମ୍ରପାନ ।

କିନ୍ତୁ ଏପରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଧୂମ୍ରପାନରୁ ନିଜକୁ ରୋକିବା ପାଇଁ ମୁହଁକୁ ଦୀର୍ଘ ୧୧ ବର୍ଷ ହେବ ପିଞ୍ଜରାରେ ବନ୍ଦ କରିଛନ୍ତି । ଏହି ତୁର୍କିସ୍ ବ୍ୟକ୍ତିଙ୍କ ନାଁ ହେଉଛି ଇବ୍ରାହିମ ୟୁସେଲ । ଯିଏ ମେଟାଲ ଭଳି ଏକ ପିଞ୍ଜରାରେ ନିଜ ମୁହଁକୁ ବନ୍ଦ କରିଛନ୍ତି । ଅତ୍ୟଧିକ ସିଗାରେଟ ଟାଣୁଥିବାରୁ ଏହାକୁ ରୋକିବାକୁ ଏପରି କରିଛନ୍ତି । ଇବ୍ରାହିମ ପ୍ରତିବର୍ଷ ସିଗାରେଟ ଛାଡିବା ପାଇଁ ନିଜ ସ୍ତ୍ରୀ ଏବଂ ନିଜ ପିଲାମାନଙ୍କ ଆଗରେ ଶପଥ କରୁଥିଲେ । ମାତ୍ର କିଛିଦିନ ଏହାକୁ ଛାଡିବା ପରେ ପୁଣି ଟାଣୁଥିଲେ ।

ଏହାକୁ ରୋକିବାକୁ ୨୦୧୩ରେ ସେ ନିଜେ ଏହି ପିଞ୍ଜରାରେ ନିଜ ମୁହଁକୁ ବନ୍ଦ କରି ଏହାର ଚାବି ନିଜ ସ୍ତ୍ରୀକୁ ଦେଇଥିଲେ । କେବଳ ଖାଇବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ମୁହଁରୁ ସେ ପିଞ୍ଜରା କାଢନ୍ତି । ଅନ୍ୟ ସମୟରେ ସେ ଏହାକୁ ମୁହଁରେ ଲଗାଇଥାନ୍ତି ।
WHO ର ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ୮ ମିଲିୟନ ଲୋକ ଧୂମ୍ରପାନର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
For 11 years, he has put his face in a cage, his wife holds the key | Argus News