ଋଣ ବୋଝରେ ବୁଡିଛନ୍ତି ଜିନପିଙ୍ଗ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡିକି ଅଛନ୍ତି ଜିନପିଙ୍ଗ। ଅନ୍ୟକୁ ସବୁବେଳେ ଫସେଇବାକୁ ଚେଷ୍ଟା କରୁଥିବା ଜିନପିଙ୍ଗ ନିଜେ ଫସିଛନ୍ତି। ଏବେ ଧାର କରଜରେ ବୁଡୁକି ରହିଛନ୍ତି ଚୀନ ସରକାର। ଚୀନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ରିପୋର୍ଟ ଅନୁଯାୟୀ ୨୦୨୩ ର ଶେଷ ପର୍ଯ୍ୟନ୍ତ ଚୀନ ଉପରେ ଜିଡିପିର ୨୮୮ ପ୍ରତିଶତ ଋଣ ଥିଲା। ଏହା ୨୦୨୨ ତୁଳନାରେ ୧୩ ପ୍ରତିଶତ ଅଧିକ ।
ଚୀନର ବିକାଶ ଧାରା ଧିମି ହେବାରେ ଲାଗିଛି । ରୋଜଗାର ନାହିଁ। ରିୟଲ ଏଷ୍ଟେଟ ସେକ୍ଟର ଗଭୀର ଭାବେ ପ୍ରଭାବିତ ହେବାରେ ଦେଖାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନର ଅର୍ଥବ୍ୟବସ୍ଥାର ଭବିଷ୍ୟତକୁ ନେଇ ବିପଦଜନକ ବୋଲି କହିଛନ୍ତି।
ଚୀନ୍ ଉପରେ ଋଣ କେତେ ଅଛି?
ନ୍ୟୁଜବୀକର ରିପୋର୍ଟ ଅନୁସାରେ ୨୦୨୩ର ଶେଷ ପର୍ଯ୍ୟନ୍ତ ଚୀନ ଉପରେ ପାଖାପାଖି ୫୬୦ ଅରବ ଡଲାରର ଋଣ ଅଛି। ଏହା ତାହାର ଜିଡିପି ର ୨୮୭.୮ ପ୍ରତିଶତ ଥିଲା। ଅନ୍ୟ ବିଭିନ୍ନ ତଥ୍ୟ ମଧ୍ୟ କହୁଛି ଚୀନର ବଢୁଥିବା ଋଣ ବିଷୟରେ। ଆମେରିକା ଉପରେ ଯେତିକି ଋଣ ଥିଲା ତାହାର ଦୁଇଗୁଣା ରୁ ଅଧିକ ଋଣରେ ଚୀନ ବୁଡିକି ରହିଛି।
ଅଧିକ ପଢନ୍ତୁ ବିଦେଶ ଖବର