Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଥମ ଥର ମନରେଗାରେ ଖର୍ଚ୍ଚ ଲିମିଟ୍‌ ସ୍ଥିର କଲେ କେନ୍ଦ୍ର ସରକାର: ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ ଏତିକି ଟଙ୍କା

Ritu Das
Browse all articles by Ritu Das
·1 year ago·3 min read
ପ୍ରଥମ ଥର ମନରେଗାରେ ଖର୍ଚ୍ଚ ଲିମିଟ୍‌ ସ୍ଥିର କଲେ କେନ୍ଦ୍ର ସରକାର: ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ ଏତିକି ଟଙ୍କା

Key Points

ପ୍ରଥମ ଥର ମନରେଗାରେ ଖର୍ଚ୍ଚ ଲିମିଟ୍‌ ସ୍ଥିର କଲେ କେନ୍ଦ୍ର ସରକାର

ପ୍ରଥମ ୬ ମାସରେ ମୋଟ ବାର୍ଷିକ ଆବଣ୍ଟନର ୬୦ ପ୍ରତିଶତ ଯାଏ ସୀମିତ କରାଯିବ

ପ୍ରଥମ ଛଅମାସରେ ଏବେ ୫୧,୬୦୦ କୋଟି ଟଙ୍କା କରିବାକୁ ପଡ଼ିବ

ସାରାଦେଶରେ ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଥିବା ମହତ୍ୱାକାଂକ୍ଷୀ ଯୋଜନା ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା)ରେ ପ୍ରଥମ ଥର କେନ୍ଦ୍ର ସରକାର ଖର୍ଚ୍ଚ ସୀମାରେ ପ୍ରତିବନ୍ଧକ ଲଗାଇଛନ୍ତି। କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୨୫-୧୬ର ପ୍ରଥମ ୬ ମାସରେ ମନରେଗା ଅନୁସାରେ ହେବାକୁ ଥିବା ଖର୍ଚ୍ଚକୁ ମୋଟ ବାର୍ଷିକ ଆବଣ୍ଟନର ୬୦ ପ୍ରତିଶତ ଯାଏ ସୀମିତ କରି ଦେଇଛନ୍ତି। ଏବେସୁଦ୍ଧା ଏହି ଯୋଜନାରେ ଖର୍ଚ୍ଚର କୌଣସି ସୀମା ସ୍ଥିର ନଥିଲା ଏବଂ ଏହି ଏକ ଚାହିଦା ଭିତ୍ତିକ ଯୋଜନା ଭାବେ ରହି ଆସିଛି। ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ସୂଚିତ କରିଛି ଯେ, ଏବେ ଏହି ଯୋଜନା ଅନୁସାରେ ହେବାକୁ ଥିବା ଖର୍ଚ୍ଚକୁ ମାସିକ / ତ୍ରୟମାସିକ ବ୍ୟୟ ଯୋଜନା (MEP/QER) ଅନୁସାରେ ଅଣାଯିବ, ଯାହା ଏକ ଖର୍ଚ୍ଚ ଉପରେ ନିୟନ୍ତ୍ରଣର ଏକ ପଦକ୍ଷେପ। ହେଲେ , ଏହି ଯୋଜନାକୁ ଏବେସୁଦ୍ଧା ଏପରି ନିୟନ୍ତ୍ରଣର ପଦକ୍ଷେପରେ ମୁକ୍ତ ରଖାଯାଇ ଥିଲା।


ଗତ ମାସରେ ଅର୍ଥ ମନ୍ତ୍ରଣାଳୟ ପଠାଇଥିଲା ଚିଠି – କହି ରଖୁଛୁ କି , କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ସବୁ ମନ୍ତ୍ରଣାଳୟ ଅନୁସାରେ କ୍ୟାଶ ଫ୍ଲୋ ଓ ଅନାବଶ୍ୟକୀୟ ଋଣକୁ ହ୍ରାସ କରିବା ଓ ଏହାକୁ ନିୟନ୍ତ୍ରିତ କରିବା ପାଇଁ ୨୦୧୭ରେ ମାସିକ/ତ୍ରୟମାସିକ ବ୍ୟୟ ଯୋଜନାର ଆରମ୍ଭ କରିଥିଲା , କିନ୍ତୁ ମନରେଗା ସ୍କିମ୍‌କୁ ଏଥିରୁ ବାହାରେ ରଖି ଥିଲା। ଏମିତି କୁହାଯାଉଛି ଯେ, ଆର୍ଥିକ ବର୍ଷ ୨୦୨୫-୨୬ର ଆରମ୍ଭରେ ହିଁ ଅର୍ଥ ମନ୍ତ୍ରଣାଳୟ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟତୁ ନିର୍ଦ୍ଦେଶ ଦେଇଥିଲେ ଯେ , ସେ ମନରେଗାକୁ ମଧ୍ୟ ମାସିକ/ତ୍ରୟମାସିକ ବ୍ୟୟ ଯୋଜନା ଢାଞ୍ଚାରେ ସାମଲ କରନ୍ତୁ। ଗତ ମାସରେ ୨୦ ମେ’ରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଏହି ମାମଲାରେ ବିକାଶ ମନ୍ତ୍ରଣାଳୟକୁ ଚିଠି ପଠାଇ ୬୦ ପ୍ରତିଶତ ଖର୍ତ୍ତର ସୀମା ସ୍ଥିର କରିବାର ନିଷ୍ପତ୍ତିକୁ ଅବଗତ କରାଇ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟର ବଜେଟ୍‌କୁ ମନରେଗା ପାଇଁ ଏକ ମାସିକ / ତ୍ରୟମାସିକ ଖର୍ଚ୍ଚ ଯୋଜନା ଉପସ୍ଥାପିତ କରିଥିଲା, ଯେଉଁଥିରେ ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ଦୁଇଟି ତ୍ରୟମାସିକରେ ଅଧିକ ଖର୍ଚ୍ଚ ସୀମାର ପ୍ରସ୍ତାବ ଦେଇ ଥିଲା। କିନ୍ତୁ ଅର୍ଥ ମନ୍ତ୍ରଣାଳୟ ଏହାକୁ ଖାଜ କରି ଦେଇ ଥିଲା ଏବଂ ତାକୁ ୬୦ ପ୍ରତିଶତ ଯାଏ ସ୍ଥିର କରି ଦେଇଛି। ଅର୍ଥାତ୍‌ ୬ ମାସ ଭିତରେ ସେପ୍ଟେମ୍ୱର ଯାଏ ମୋଟ ବଜେଟ୍‌ ଆବଣ୍ଟନର ୬୦ ପ୍ରତିଶତ ହିଁ ଖର୍ଚ୍ଚ କରାଯାଇ ପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅବଶିଷ୍ଟ ୪୦ ପ୍ରତିଶତ ପରବର୍ତ୍ତୀ ଦୁଇଟି ତ୍ରୟମାସିକ ବା ଦ୍ୱିତୀୟାର୍ଦ୍ଧ ମଧ୍ୟରେ ଖର୍ଚ୍ଚ କରିବାକୁ ପଡ଼ିବ। କହି ରଖୁଛୁ ଯେ, ଆର୍ଥିକ ବର୍ଷ ୨୦୨୫-୨୬ରେ ମନରେଗା ପାଇଁ ମୋଟ ବଜେଟ୍‌ ଆବଣ୍ଟନ ୮୬,୦୦୦ କୋଟି ଟଙ୍କା। ସରକାରଙ୍କର ନୂଆ ବ୍ୟବସ୍ଥା ମୁତାବିକ , ପ୍ରଥମ ଛଅମାସରେ ଏବେ ୫୧,୬୦୦ କୋଟି ଟଙ୍କା କରିବାକୁ ପଡ଼ିବ। ଅଧିକାରୀଙ୍କ ମୁତାବିକ୍‌ , ଗତ ଆର୍ଥିକ ବର୍ଷର ପାଖାପାଖି ୨୧,୦୦୦ କୋଟି ଟଙ୍କା ଦେୟ ଭାବରେ ପଡ଼ି ରହିଛି। ଏଥିରେ ନୂଆ ଆଦେଶରେ ଚଳିତ ବର୍ଷ ରାଷ୍ଟ୍ରୀୟ ଗ୍ରାମାଞ୍ଚଳ ରୋଜଗାର ଗାରେଣ୍ଟି ଯୋଜନା ଅନୁସାର ରୋଜଗାର ସୃଷ୍ଟି ପ୍ରଭାବିତ ହୋଇପାରେ ଏବଂ ରୋଜଗାରର ସୁଯୋଗ ହ୍ରାସ ପାଇପାରେ। ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି, ଯେତେବେଳେ ୧୦୦ ଦିନର ରୋଜଗାରର ଗ୍ୟାରେଣ୍ଟିକୁ ବଢାଇ ୧୫୦ ଦିନ କରିବା ଓ ଦୈନିତ ଶ୍ରମିକଙ୍କୁ ୩୭୦ ଟଙ୍କାରୁ ବଢାଇ ୪୦୦ ଟଙ୍କା ପ୍ରତିଦିନ କରାଯିବାର ଦାବି ହେଉଛି। ହେଲେ , କିଛି ରାଜ୍ୟରେ ଏହା ପ୍ରଥମରୁ ହିଁ ୪୦୦ ଟଙ୍କା ପ୍ରତିଦିନ ରହିଛି। ଏହି ଯୋଜନା ଅନୁସାରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଗ୍ରାମାଞ୍ଚଳ ସଡ଼କ ନିର୍ମାଣ , ଜଳ ସଂରକ୍ଷଣ ଓ ଜଳସେଚନ ଭଳି ଅନେକ କାର୍ଯ୍ୟ କରାଯାଏ।

Sponsored
for-the-first-time-the-central-government-has-set-a-spending-limit-on-mgnregs | Argus News