Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହ , ଜାଣନ୍ତୁ କିଏ ଏହି ପୁନମ୍‌ ଗୁପ୍ତା...

National

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହ , ଜାଣନ୍ତୁ କିଏ ଏହି ପୁନମ୍‌ ଗୁପ୍ତା...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
 ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହ , ଜାଣନ୍ତୁ କିଏ ଏହି ପୁନମ୍‌ ଗୁପ୍ତା...

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ବିବାହ କରିବେ ପୁନମ
ଫେବୃଆରୀ ୧୨ରେ ହେବ ବିବାହ
ଜାଣନ୍ତୁ କିଏ ଏହି ପୁନମ୍‌
କାହିଁକି ରାଷ୍ଟ୍ରପତି ଭବନରେ କରିବେ ବିବାହ


ଅର୍ଗସ ବ୍ୟୁରୋ : ଇତିହାସରେ ପ୍ରଥମ ଥର ଏପରି ଘଟଣା ଘଟିବାକୁ ଯାଉଛି । ଇଏ ପ୍ରଥମ ବ୍ୟକ୍ତି ଯିଏ ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସିଥାଇ ପାରେ, କିଏ ଏହି ପୁନମ । ରାଷ୍ଟ୍ରପତି ଭବନରେ ବିବାହ କରିବା ପାଇଁ ତାଙ୍କୁ କେମିତି ଅନୁମତି ମିଳିଲା । ଜାଣନ୍ତୁ କଣ ଥିଲା ସମ୍ପୁର୍ଣ୍ଣ ଘଟଣା।
ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୁନମ୍ ଗୁପ୍ତା । ପୂର୍ବରୁ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହି ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ ଭାବେ ମୋଦିଙ୍କ ନିକଟରେ ଥିବାର ଏକ ଫଟୋ ଗତ କିଛିଦିନ ତଳେ ଭାଇରାଲ ହୋଇଥିଲା । ସେହି ପୁନମ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି । ଫେବୃଆରୀ ୧୨ରେ ନିଜ ପରିସରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବିନାଶ କୁମାରଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି । ଯିଏ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ନିୟୋଜିତ ଅଛନ୍ତି ।

୭୪ ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସିଆରପିଏଫ୍‌ର ମହିଳା ଦଳର ନେତୃତ୍ବ ନେଇଥିବା କମାଣ୍ଡାଣ୍ଟ ପୁନମ ଗୁପ୍ତାଙ୍କ ଆଚରଣ ଏବଂ ସେବାରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏପରି ଅନୁମତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ କମ୍ପେକ୍ସରେ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଷ୍ଟ୍ରପତି । ବିବାହରେ କେବଳ ସୀମିତ ସଂଖ୍ୟକ ସମ୍ପର୍କୀୟ ଓ ବନ୍ଧୁ ସାମିଲ ହେବେ । ପ୍ରବେଶ ପୂର୍ବରୁ ସେମାନଙ୍କ ପରିଚୟ ଯାଞ୍ଚ ମଧ୍ୟ କରାଯିବ । ଏବେ ଆସନ୍ତୁ ଜାଣିବା

କିଏ ଏହି ପୁନମ ଗୁପ୍ତା ?

ପୁନମ୍‌ ଗୁପ୍ତା ସିଆର୍‌ପିଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ସେ ମଧ୍ୟପ୍ରଦେଶର ଅଟନ୍ତି । ପୁନମ ଗଣିତରେ ସ୍ନାତକ, ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଏବଂ ଗ୍ବାଲିୟରର ଜିୱାଜୀ ବିଶ୍ବବିଦ୍ୟାଳୟରୁ ବିଏଡ୍‌ ଡିଗ୍ରି ହାସଲ କରିଛନ୍ତି । ୨୦୧୮ରେ ସେ ୟୁପିଏସ୍‌ସି ସିଏପିଏଫ୍‌ ପରୀକ୍ଷାରେ ୮୧ତମ ସ୍ଥାନ ହାସଲ କରିଥିଲେ । ପୂର୍ବରୁ ବିହାରର ନକ୍ସଲ ପ୍ରଭାବିତ ସେ କାର୍ଯ୍ୟରତ ଥିବାବେଳେ ଖୁବ ସାହାସର ନିଜର ଦକ୍ଷତା ଦେଖାଇଥିଲେ । ତାଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ ସ୍ଥିରତା ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ବର୍ତ୍ତମାନ ସେ ରାଷ୍ଟ୍ରପତି ଭବନରେ ପିଏସ୍‌ଓ ଭାବେ କାର୍ଯ୍ୟରତ ଅଛନ୍ତି ।
ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଅଛନ୍ତି ପୁନମ୍‌ । ଇନଷ୍ଟାଗ୍ରାମରେ ତାଙ୍କ ସିଆର ପିଏଫ ୟୁନିଫର୍ମରେ ସେ ଅନେକ ଫଟୋ ପୋଷ୍ଟ କରନ୍ତି, ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଅନ୍ତି । ମହିଳା ସଶକ୍ତିକରଣ ଉପରେ ସଚେତନତା ଦିଅନ୍ତି ପୁନମ । ଯାହା ଅନେକ ମହିଳାମାନଙ୍କ ପ୍ରେରଣା ଯୋଗାଏ ।

ତେବେ ବିବାହ ପାଇଁ ରାଷ୍ଟ୍ରପତି ଭବନରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଖୁବ କମ ଲୋକଙ୍କୁ ନେଇ ତାଙ୍କର ବିବାହ ଅନୁଷ୍ଠିତ ହେବ । ତାଙ୍କୁ ଆଶୀର୍ବାଦ ଦେବା ପାଇଁ ରାଷ୍ଟ୍ରପତିଙ୍କ ସମେତ ଅନେକ ବଡବଡ ନେତା ପହଞ୍ଚିବେ । ଫେବୃଆରୀ ୧୨ରେ ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
For the first time there will be a wedding at Rashtrapati Bhawan, know who is this Punam Gupta | Argus News