Delivery In UP / ବଳପୂର୍ବକ ପ୍ରସବ କରାଇଲେ, ଶିଶୁର ମୁଣ୍ଡ କଟି ମହିଳାଙ୍କ ପେଟ ଭିତରେ ବାକି ଅଧା ଅଂଶ ବାହାରେ
·7 months ago·2 min read

Key Points
ଗର୍ଭବତୀଙ୍କ ସହ ଏମିତି କଲେ
ଚାଲିଗଲା ଶିଶୁପୁତ୍ରର ଜୀବନ
ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ଚାଲିଗଲା ଶିଶୁପୁତ୍ରର ଜୀବନ
ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ପ୍ରସବ ସମୟରେ କଟିଗଲା ଶିଶୁପୁତ୍ରର ମୁଣ୍ଡ। ଏଭଳି ଆଶ୍ଚର୍ଯ୍ୟ ଘଟଣା ଘଟିଛି ବୁଲନ୍ଦସହରରେ। ମଙ୍ଗଳବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ, ବୁଲନ୍ଦସହର ଜିଲ୍ଲାରେ ଜଟିଳତା ସତ୍ତ୍ୱେ ଜଣେ ଆଶା କର୍ମୀ ଏବଂ ଜଣେ ସହକର୍ମୀ ବଳପୂର୍ବକ ପ୍ରସବ କରାଇଥିବାରୁ ପ୍ରସବ ସମୟରେ ଏକ ନବଜାତ ଶିଶୁପୁତ୍ରର ମୁଣ୍ଡ କଟି ଯାଇଥିଲା। ଯେଉଁ ଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କେବଳ ସେତିକି ନୁହେଁ, ଘଟଣା ଘଟାଇଥିବା ଅଭିଯୁକ୍ତମାନେ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି ।
ରୁଥା ଗ୍ରାମର ଜଣେ ବାସିନ୍ଦା ଝାମ୍ମନ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଗର୍ଭବତୀ ପତ୍ନୀ ରାଜକୁମାରୀ ଜାନୁଆରୀ 25 ସକାଳ ପ୍ରାୟ 9 ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସେ ଗ୍ରାମର ଜଣେ ଆଶା କର୍ମୀ ରୂପାବତୀଙ୍କୁ ଜଣାଇଥିଲେ। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ସରକାରୀ ହସ୍ପିଟାଲ ଆମ୍ବୁଲାନ୍ସକୁ ଡାକିବା ପରିବର୍ତ୍ତେ, ଆଶା କର୍ମୀ ଜାହାଙ୍ଗୀରାବାଦର ନାଇ ବସ୍ତିର ଜଣେ ସହକର୍ମୀ ('ଦାଇ') ଜାମିଲାଙ୍କୁ ଡାକିଥିଲେ।
ଜଟିଳତା ସତ୍ତ୍ୱେ ରୂପାବତୀ ଏବଂ ଜାମିଲା ମିଶି ବଳପୂର୍ବକ ଶିଶୁକୁ ପ୍ରସବ କରିବାକୁ ଚେଷ୍ଟା କରିଥିଲେ ବୋଲି କୁହାଯାଇଛି। ଯେତେବେଳେ ସେମାନେ ବିଫଳ ହେଲେ, ସେମାନେ ଦାବି କଲେ ଯେ ଶିଶୁଟି ବ୍ରିଚ୍ ପୋଜିସନରେ ଥିଲା ଏବଂ ସେମାନଙ୍କ ପ୍ରୟାସ ସମୟରେ ଜୀବିତ ନବଜାତ ଶିଶୁର ବେକ ଭୁଲରେ କାଟି ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଶିଶୁର ଶରୀରର ଅଧା ଅଂଶ ମହିଳାଙ୍କ ବାହାରି ଆସିଥିବାବେଳେ ମୁଣ୍ଡ ତାଙ୍କ ଗର୍ଭ ଭିତରେ ରହିଯାଇଥିଲା।
ଏଥିସହ ପଢ଼ନ୍ତୁ: କଣ ଏହି ହାଲୁଆ ସମାରୋହ ? ନିଜେ ତିଆରି କରନ୍ତି ଅର୍ଥମନ୍ତ୍ରୀ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ଦେଖିବା ପରେ ଆଶା କର୍ମୀ ଏବଂ ଜାମିଲା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ପରେ ପୀଡିତାଙ୍କୁ ବୁଲନ୍ଦସହରର ଏକ ହସ୍ପିଟାଲକୁ ନିଆଯାଇଥିଲା, ସେଠାରୁ ତାଙ୍କୁ ମିରଟକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ପୋଲିସ କହିଛି। ଜାହାଙ୍ଗିରାବାଦ ଏସଏଚଓ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଏହାସହ ପୋଲିସ ସେମାନଙ୍କୁ ଖୋଜୁଛି। ସେପଟେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଚାଲିଛି। ଅନ୍ୟପଟେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନେକ କିଛି ଶିକ୍ଷା ଦେଇଛି। ଅଭିଯୁକ୍ତଙ୍କୁ ପୋଲିସ ଖୋଜିଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସମସ୍ତଙ୍କ ଦାବି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories