Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦି ସରକାରଙ୍କୁ ବଦନାମ କରିବାକୁ ବିଦେଶରେ ହୀନ ଚକ୍ରାନ୍ତ !

Ritu Das
Browse all articles by Ritu Das
·1 year ago·2 min read
ମୋଦି ସରକାରଙ୍କୁ ବଦନାମ କରିବାକୁ ବିଦେଶରେ ହୀନ ଚକ୍ରାନ୍ତ !

ଅର୍ଗସ ବ୍ୟୁରୋ:  ବିଦେଶରେ ଭାରତ ବିରୋଧୀ ଚକ୍ରାନ୍ତ ଉପରୁ ହଟୁଛି ପରଦା । ଗଣତନ୍ତ୍ରର ସୁରକ୍ଷା ନାଁରେ ସଂସଦ ଅଧିବେଶନରେ ହଙ୍ଗାମା କରୁଥିବା କଂଗ୍ରେସ କାରନାମାର ଆଜି ପୋଲ୍ ଖୋଲିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଆମେରିକୀୟ ସଂସ୍ଥା ସହ କଂଗ୍ରେସ, ସୋନିଆ ଓ ରାହୁଲ ଗାନ୍ଧିଙ୍କ ସମ୍ପର୍କର ଖୁଲାସା କରିଛନ୍ତି ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ। କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ଭାରତ ସରକାରଙ୍କ ବିରୋଧରେ କହୁଥିବା ଆମେରିକୀୟ ସଂସ୍ଥା ଫୋରମ୍ ଅଫ ଡେମୋକ୍ରାଟିକ ଲିଡରସ ଇନ୍ ଏସିଆ- ପାସିଫିକର 4 ସହ- ଅଧ୍ୟକ୍ଷଙ୍କ ମଧ୍ୟରେ ଅଛନ୍ତି ଖୋଦ ସୋନିଆ ଗାନ୍ଧି। ମୋଦି ସରକାରକୁ ଅସ୍ଥିର କରିବାକୁ ୧ ବିଲିୟନ ଡଲାର ଖର୍ଚ୍ଚ କରିଛି ଏହି ସଂସ୍ଥା। ଲୋକସଭାରେ ବି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିଛି ବିଜେପି । ଭାରତ ବିରୋଧୀ ଷଡ଼ଯନ୍ତ୍ର ଓ ଦେଶ ବିରୋଧୀ ଶକ୍ତିଙ୍କୁ ଦୃଢ଼ ଜବାବ ଦେବା ପାଇଁ ସବୁ ଦଳ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। 

ଇଏ ପ୍ରଥମ ଥର ନୁହେଁ, ପୂର୍ବରୁ ବି ଏକାଧିକ ଥର ଦେଶ ବିରୋଧୀ ଶକ୍ତିର ହୀନ ଉଦ୍ୟମ ଉପରୁ ହଟିଛି ପର୍ଦ୍ଦା । ଯେଉଁ ଆମେରିକୀୟ ସଂସ୍ଥା ସହ ଗାନ୍ଧି ପରିବାରର ସମ୍ପର୍କ ନେଇ ସୃଷ୍ଟି ହୋଇଛି ବିବାଦ, ସେହି ସଂସ୍ଥାର ପ୍ରତିଷ୍ଠାତା ହେଉଛନ୍ତି ଆମେରିକୀୟ ଉଦ୍ୟୋଗୀ ଜର୍ଜ ସୋରାସ୍ । ଯିଏ କିଛି ବର୍ଷ ତଳେ ଭାରତରେ ଗଣତନ୍ତ୍ର ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଆସିଥିଲେ ବିବାଦ ଘେରକୁ। ଜର୍ଜ ସୋରାସ୍ ଭବିଷ୍ୟବାଣୀ କରିଥିଲେ 2024ରେ ଗାଦିଚ୍ୟୁତ ହେବ ମୋଦି ସରକାର। 94 ବର୍ଷୀୟ ଜର୍ଜ ସୋରୋସ୍ ଆମେରିକାର ପ୍ରସିଦ୍ଧ ମ୍ୟାନେଜମେଣ୍ଟ କମ୍ପାନୀ ସୋରୋସ୍ ଫଣ୍ଡ ମ୍ୟାନେଜମେଣ୍ଟ LLCର ପ୍ରତିଷ୍ଠାତା। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଭାରତୀୟ ମୁଦ୍ରାରେ 61, 005 କୋଟି ଟଙ୍କାରୁ ଅଧିକ । ଅର୍ଥ ବଳ ନୁହେଁ ବରଂ ତାଙ୍କର NGO ବା ସେହି ଫାଉଣ୍ଡେସନ୍ ପାଇଁ ଚର୍ଚ୍ଚିତ ଜର୍ଜ ସୋରାସ୍ ଯାହା ସାହାଯ୍ୟରେ ସେ ବହୁ ଦେଶକୁ ପୂର୍ବରୁ ବି ଅସ୍ଥିର କରିସାରିଛନ୍ତି। 

ଆଉ ଗତ କିଛି ବର୍ଷ ହେଲା ଜର୍ଜ ସୋରୋସଙ୍କ ନିଶାନାରେ ରହିଆସିଛି ଆମ ଦେଶ ଭାରତ। ଜର୍ଜ ସୋରୋସଙ୍କ NGOର ନାମ ହେଲା Open Society Foundations, ଯାହାର ପ୍ରତିଷ୍ଠା ହୋଇଥିଲା 1993 ମସିହାରେ। ଭାରତରେ ଏହି ଏନଜିଓ ପ୍ରବେଶ କଲା 1999 ମସିହାରେ। ଏହି NGO ଏମିତି ସଂସ୍ଥା ଓ ଗ୍ରୁପକୁ ଫଣ୍ଡିଂ ଦିଏ ଯେଉଁମାନେ ନିଜ ଦେଶରେ ଗଣତନ୍ତ୍ର, ପାରଦର୍ଶିତା ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ନାଁରେ ସଂଘର୍ଷ କରନ୍ତି । ଏମାନଙ୍କ ମାଧ୍ୟମରେ ସମ୍ପୃକ୍ତ ଦେଶର ସରକାର ଓ ଦେଶକୁ ଦୁର୍ବଳ କରାଯାଏ। ସେଠାରେ ବିଦ୍ରୋହର ମଞ୍ଜି ପୋତାଯାଏ। ଏବେ ଜର୍ଜ ସୋରୋସଙ୍କ ଏନଜିଓ ଭାରତ ସମେତ ବିଶ୍ବର 70 ଦେଶରେ କାମ କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Foreign conspired | Argus News