Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜବତ ହେଲା ୪ ଲକ୍ଷ ଡଲାରର ବିଦେଶୀ ମୁଦ୍ରା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜବତ ହେଲା ୪ ଲକ୍ଷ ଡଲାରର ବିଦେଶୀ ମୁଦ୍ରା

ଖାତାରେ ଲୁଚାଇ ଭାରତରୁ ଦୁବାଇ ୩ କୋଟିରୁ ଅଧିକ ଟଙ୍କା ନେଇ ଯାଉଥିବା ୩ ଯୁବକଙ୍କୁ ଦୁବାଇ ଏୟାରପୋପର୍ଟରେ ଧରିଲା କଷ୍ଟମ ବିଭାଗ। ଭାରତରୁ ବିପୁଳ ପରିମାଣରେ ବିଦେଶୀ ମୁଦ୍ରା ଦୁବାଇ ଚାଲାଣ କରାଯାଉଥିବା ନେଇ ଏକ ବିଶେଷ ସୁତ୍ରରୁ ଭାରତର ଟିକସ ବିଭାଗକୁ ଖବର ମିଳିବା ପରେ ଘଟଣାର ସତ୍ୟତା ଅନୁଧ୍ୟାନ କରି ଦୁବାଇ ଏୟାରପୋର୍ଟକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ସେଠାରେ କଡାକଡି ହୋଇଥିଲା ତଲାସୀ। ସନ୍ଦେହରେ ଥିବା ଭାରତର ୩ ଛାତ୍ରଙ୍କୁ ତଲାସି କରିବା ପରେ ସେମାନଙ୍କ ଠାରୁ ଜବତ ହୋଇଥିଲା ୪ ଲକ୍ଷ ଡଲାରର ବିଦେଶୀ ମୁଦ୍ରା।


ଅଧିକାରୀଙ୍କ ସୂଚନା ଅନୁସାରେ ତିନି ଜଣଙ୍କ ପାଖରେ ୩ ଟି ଖାତା ରହିଥିଲା। ଏହି ଖାତାରେ ସେମାନେ ୪ ଲକ୍ଷ ଡଲାର ଲୁଚେଇ ଦୁବାଇ ନେଇଥିଲେ। କଷ୍ଟମ ଫାଙ୍କିବା ପାଇଁ ଏକ ବଡ଼ ଗ୍ୟାଙ୍ଗ ଏଥିରେ କାମ କରୁଛି। ଯେଉଁମାନେ ବାହାରକୁ ପଠ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଜରିଆରେ କାମ ହାସଲ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଧରା ପଡିଥିବା ଛାତ୍ରମାନେ କହିଛନ୍ତି ସେମାନଙ୍କ ନିକଟରେ ବିଦେଶୀ ମୁଦ୍ରା ନେଇ କୌଣସି ସୂଚନା ନଥିଲା। ସେମାନେ ପୁଣେର ଏକ ଟ୍ରାଭେଲ ଏଜେଣ୍ଟଙ୍କ ଠାରୁ ଟିକେଟ ବୁକ୍ କରିଥିଲେ। ଆସିବା ବେଳେ ଟ୍ରାଭେଲ ଏଜେଣ୍ଟ ଏହି ବ୍ୟାଗ ଦେଇଥିଲେ। ଯେଉଁଥିରେ ସେ ନୋଟ ବୁକ୍ ଲୁଚାଇ ରଖିଥିଲେ। ଏଜେଣ୍ଟଙ୍କ ନାମ ଖୁରାବୁ ଅଗ୍ରଓ୍ବାଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଧରା ପଡିଥିବା ୩ ଜଣ ଛାତ୍ର ଦୁବାଇରେ ପିଜି କରୁଛନ୍ତି। ଛାତ୍ରଙ୍କ ଠାରୁ ଅଧିକ ସୂଚନା ମିଳିବା ପରେ ଖୁରାବୁ ଅଗ୍ରଓ୍ବାଲଙ୍କ ସମେତ ଆଉ ଜଣେ ଟ୍ରେଡରଙ୍କୁ ଗିରଫ କରିଛି କଷ୍ଟମ ବିଭାଗ। ଉଭଙ୍କ ଘରୁ ବହୁ ପରିମାଣରେ ବିଦେଶୀ ମୁଦ୍ରା ଜବତ ହୋଇଛି। ଯେଉଁଥିରେ ରହିଛି କନାଡାଇ ଡଲାର, ୟୁଆନ, ପାଉଁଣ୍ଡ, ଶ୍ରୀଲଙ୍କା ରୁପେ, ନ୍ୟୁଜିଲାଣ୍ଡ ଡଲାର, ରିୟାଲ ଓ ଦକ୍ଷିଣ ଆଫ୍ରିକା ମୁଦ୍ରା। ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ଚଳାଇଛି କଷ୍ଟମ ବିଭାଗ।

Sponsored
Foreign currency worth $400,000 seized | Argus News