Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦିଙ୍କୁ ଚିଠି ଲେଖିଲେ ଏୟାର ଇଣ୍ଡିଆର ପୂର୍ବତନ ଏୟାର ହଷ୍ଟେସ

Ritu Das
Browse all articles by Ritu Das
·1 year ago·1 min read
ମୋଦିଙ୍କୁ ଚିଠି ଲେଖିଲେ ଏୟାର ଇଣ୍ଡିଆର ପୂର୍ବତନ ଏୟାର ହଷ୍ଟେସ

Key Points

ମୋଦିଙ୍କୁ ଚିଠି ଲେଖିଲେ ଏୟାର ଇଣ୍ଡିଆର ପୂର୍ବତନ ଏୟାର ହଷ୍ଟେସ

ହିଥ୍ରୋରେ ଯାତ୍ରୀମାନେ ଓହ୍ଲାଇ ଯିବାପରେ ଆମେ କିଛି ତ୍ରୁଟି ଦେଖିଥିଲୁ

କିନ୍ତୁ ୪୬ଘଣ୍ଟା ମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଥିଲା

ଟାଟା ଗ୍ରୁପର କମ୍ପାନି ଏୟାର ଇଣ୍ଡିଆର ଦୁଇଜଣ ପୂର୍ବତନ ବରିଷ୍ଠ ଏୟାର ହଷ୍ଟେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଦୁଇଜଣ ପୂର୍ବତନ କର୍ମଚାରୀ ଏୟାର ଇଣ୍ଡିଆକୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଅହମଦାବାଦରେ ଏୟାର ଇଣ୍ଡିଆ ବିମାନର ଭୟାବହ ଦୁର୍ଘଟଣା ପରେ ବିମାନଗୁଡ଼ିକ ସୁରକ୍ଷା ଉପରେ ଅଧିକ ନଜର ରଖାଯାଉଛି। ଏଭଳି ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପୂର୍ବତନ କର୍ମଚାରୀ କମ୍ପାନି ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ ସତ କହି ଆମେ ଚାକିରିରୁ ତଡ଼ା ଖାଇଛୁ। ଅର୍ଥାତ ୨୦୨୪ ମଇ ୧୪ ତାରିଖରେ ମୁମ୍ବାଇ-ଲଣ୍ଡନ ବିମାନ ଏଆଇ-୧୨୯ (ବୋଇଂ ୭୮୭ ଭିଟି-ଏଏନକିୟୁ) ହିଥ୍ରୋରେ ଯାତ୍ରୀମାନେ ଓହ୍ଲାଇ ଯିବାପରେ ଆମେ କିଛି ତ୍ରୁଟି ଦେଖିଥିଲୁ।


ଯେମିତି କି ବିମାନର ସ୍ଲାଇଡ୍ ରାଫ୍ଟ ଅପ୍ରତ୍ୟାଶିତ ଭାବରେ ଖୋଲି ଯାଇଥିଲା। ଏହି ସମୟରେ ଦ୍ୱାରକୁ କିନ୍ତୁ 'ମାନୁଆଲ୍ ମୋଡ୍'ରେ ଖୋଲାଯାଇଥିଲା। ସାଧାରଣତଃ ଯେତେବେଳେ ଏହା ଘଟେ ସେତେବେଳେ ସ୍ଲାଇଡ୍ ଖୋଲିବା ଉଚିତ୍ ନୁହେଁ। ସ୍ଲାଇଡ୍ ସେତେବେଳେ ଖୋଲିଥାଏ ଯେତେବେଳେ ଦ୍ବାର 'ଆମର୍ଡ' କିମ୍ବା 'ସ୍ୱୟଂଚାଳିତ' ମୋଡରେ ଥାଏ । ଏଭଳି ଅଭିଯୋଗ ପରେ ଏୟାରଇଣ୍ଡିଆ ପରିଚାଳକ ବୟାନ ପରିବର୍ତ୍ତନ କରିବା ପାଇଁ ଆମ ଉପରେ ଚାପ ପକାଇଥିଲେ। ଏଥିରେ ଆମେ ରାଜି ନହେବାରୁ କମ୍ପାନି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରାଯାଇଥିଲା ଏବଂ ୪୬ଘଣ୍ଟା ମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
former-air-india-air-hostess-writes-letter-to-pm-modi | Argus News