ପଦ୍ମଧରିଲେ ଚମ୍ପାଇ,ନିର୍ବାଚନ ପୂର୍ବରୁ ହେମନ୍ତଙ୍କୁ ଝଟକା

ଅର୍ଗସ ବ୍ୟୁରୋ:ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନକୁ ମାସ କେଇଟା ଥିବାବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିଛି ଚମ୍ପାଇ ଝଟକା। ଜେଏମ୍ଏମ୍ କୁ ବାଏ ବାଏ କରି ରାଞ୍ଚିରେ ବିଜେପିରେ ସାମିଲ ହୋଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା, ହେମନ୍ତଙ୍କ ବଡ଼ ସହଯୋଗୀ ଭାବେ ଜଣାଶୁଣା, ଝାଡ଼ଖଣ୍ଡ ରାଜନୀତିରେ କିଙ୍ଗ୍ ମେକର୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ପଦ୍ମ ଧରୁଧରୁ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଚମ୍ପାଇ କହିଛନ୍ତି ଲାଇନରେ ଅଛନ୍ତି ଅନେକ,ଛାଡିବେ ଦଳ,ଝାଡ଼ଖଣ୍ଡରେ ଏକ ଛତ୍ରବାଦ ଚଳାଇଛି ଜେଏମଏମ। ହେମନ୍ତଙ୍କ ଏ ସ୍ବଭାବ ଯୋଗୁ ଦଳରେ ଅନେକ ନେତା ଅସନ୍ତୁଷ୍ଟ ରହିଛନ୍ତିଏମିତି କିଛି ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି ଚମ୍ପାଇ। ଦଳରେ ତାଙ୍କ କଥାକୁ ଗୁରୁତ୍ବ ଦିଆଯାଉନଥିଲା କହି କ୍ଷୋଭମଧ୍ୟ ପ୍ରକାଶ କରିଛନ୍ତି । ଦଳରେ ଗଣତନ୍ତ୍ର ବଞ୍ଚିନଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ଦଳ ଏବେ ଜଣେ ଲୋକ କଥାରେ ଚାଲିଛି। ଆଗକୁ ନିର୍ବାଚନ ଥିବାବେଳେ ଚମ୍ପାଇଙ୍କ ଏ ପ୍ରତିକ୍ରିୟା ଯାହା ହେମନ୍ତ ସୋରେନଙ୍କ ନିଦ ହଜାଇଦେଇଛି। ହେମନ୍ତ ଭଲଭାବେ ଜାଣିଛନ୍ତି କଣ କରିପାରନ୍ତି ଚମ୍ପାଇ । ଜେଏମ୍ଏମ୍ ର ସବୁ ଗଳାବାଟ ଚମ୍ପାଇଙ୍କୁ ଜଣା,ସେ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଘାରିଛି ଚମ୍ଫାଇ ଡ଼ର। ଅନ୍ୟପଟେ ଝାଡ଼ଖଣ୍ଡର ଆଦିବାସୀ ନେତା ଚମ୍ପାଇ ସୋରେନ୍ ଜନତା ନିକଟରେ ଖୁବ୍ ଲୋକପ୍ରିୟ,ଜନତା ଆସ୍ଥା ତାଙ୍କ ଉପରେ ରହିଛି ।
କିଛିଦିନ ପୂର୍ବରୁ ଜମି ଦୁର୍ନିତୀ ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିବା ଇଡି,ହେମନ୍ତ ଜେଲ୍ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ୍,ଜେଲ୍ ରୁ ଜାମିନରେ ଆସିବା ପରେ ଚମ୍ପାଇକୁ ହଟାଇ ପୁଣି ହେମନ୍ତ ସୋରେନ ହୋଇଥିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ,ଏହା ପରେ ଜେଏମଏମରେ ଦେଖାଦେଇଥିଲା ବିବାଦ । ମୁଖ୍ୟମନ୍ତ୍ରୀ ଭାବେ ୫ ମାସ ରହିବା ପରେ ସେ ଜୁଲାଇ ୩ରେ ଅନିଚ୍ଛା ସତ୍ତ୍ବେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ।ସେ ନୂଆ ଦଳ ଗଢିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ମାତ୍ର ସେଥିରେ ପୂର୍ଣ୍ଣଛେଦ ପଡିଛି ଶେଷରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଚମ୍ପାଇ ଯାହା ବିଜେପିର ବଳ ବଢାଇଛି
ଆଗକୁ ନିର୍ବାଚନ ଥିବାବେଳେ ଚମ୍ପାଇଙ୍କ ଏ ପଲିଟିକାଲ୍ ମୁଭ୍ ଝାଡ଼ଖଣ୍ଡ ରାଜନୀତି ପଟ୍ଟପରିବର୍ତ୍ତନ କରିବ ବିଜେପି କ୍ଷମତାକୁ ଫେରିବ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି,ମାତ୍ର କେବଳ ଦେଖିବାକୁ ବାକି ରହିଲା ଚମ୍ପାଇ କେମିତି ବିଗାଡୁଛନ୍ତି ହେମନ୍ତଙ୍କ ଖେଳ,ସମୟ କହିବ ଆଗକୁ କାହାର ହେବ ଝାଡ଼ଖଣ୍ଡ,କିଏ ଜିତିବ ବାଜି