Videos
|
National

ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟବର ସିଂହଙ୍କ ଦେହାନ୍ତ

Ritu Das
Browse all articles by Ritu Das
·1 year ago·1 min read
ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟବର ସିଂହଙ୍କ ଦେହାନ୍ତ

ଅର୍ଗସ ବ୍ୟୁରୋ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟବର ସିଂହଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନଟବର ସିଂହ ।

୧୯୩୧ ମସିହାରେ ନଟବର ସିଂହ ରାଜସ୍ଥାନର ଭରତପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରାଜନୈତିକ କ୍ୟାରିୟରରେ କୂଟନୈତିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ହାସଲ କରିଥିଲେ । ଏହା ବ୍ୟତୀତ ବୈଦେଶିକ ବ୍ୟାପାର ମାମଲାରେ ସେ ଜଣେ ଅଭିଜ୍ଞ ଲେଖକ ଥିଲେ । ନିଜ ପ୍ରତିଷ୍ଠିତ କ୍ୟାରିୟର ସମୟରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ରାଷ୍ଟ୍ର ପ୍ରତି ତାଙ୍କ ସେବା ଭାବନା ପାଇଁ ୧୯୮୪ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ-୧ ସରକାର ସମୟରେ ୨୦୦୪-୦୫ ଅବଧି ପାଇଁ ସେ ଭାରତର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ ଏବଂ ୧୯୬୬ରୁ ୧୯୭୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ସହ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି । ଶନିବାର ବିଳମ୍ବିତ ରାତିରେ ତାଙ୍କ ନିଧନ ହୋଇଥିଲା । ଆଜି ଦିଲ୍ଲୀରେ ତାଙ୍କ ଅନ୍ତିମ ସଂସ୍କାର ହେବା ନେଇ ପରିବାର ପକ୍ଷରୁ ସୂତ୍ରରୁ ପ୍ରକାଶ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Former foreign minister | Argus News