Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍ ପଦ୍ମବିଭୂଷଣ କେ. କସ୍ତୁରୀରଙ୍ଗନଙ୍କ ପରଲୋକ

Ritu Das
Browse all articles by Ritu Das
·1 year ago·2 min read
ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍ ପଦ୍ମବିଭୂଷଣ କେ. କସ୍ତୁରୀରଙ୍ଗନଙ୍କ ପରଲୋକ

ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍ ପଦ୍ମବିଭୂଷଣ କେ. କସ୍ତୁରୀରଙ୍ଗନଙ୍କ ପରଲୋକ । ୮୪ବର୍ଷ ବୟସରେ ବେଙ୍ଗାଳୁରୁରେ ତାଙ୍କର ଦେହାନ୍ତ ହୋଇଛି । ସେ ଇସ୍ରୋର ମୁଖ୍ୟ ଭାବେ ୯ବର୍ଷ ଦାୟିତ୍ବ ତୁଲାଇଥିଲେ । ତାଙ୍କରି ସମୟରେ ଭାରତ ମହାକାଶ ବିଜ୍ଞାନରେ ଅନେକ ମାଇଲଷ୍ଟୋନ ଅତିକ୍ରମ କରିଥିଲା । ଚାନ୍ଦ୍ରାୟନ ମିଶନ ପରି ବଡ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସେ ରାଜ୍ୟସଭାର ସଦସ୍ୟ ସହ ଯୋଜନା କମିଶନର ସଦସ୍ୟ ରହିଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କରି ନେତୃତ୍ବ ଓ ଦିଗଦର୍ଶନ ସର୍ବଦା ସ୍ମରଣୀୟ ରହିବ । କସ୍ତୁରୀରଙ୍ଗନଙ୍କ ଦିଗଦର୍ଶନରେ ଭାରତ ମହାକାଶ ବିଜ୍ଞାନରେ ଶିଖର ଛୁଇଁଥିଲା। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି । ସେ ଭାଗ୍ୟବାନ ଯେ ତାଙ୍କର ଦିଗଦର୍ଶନ, ପ୍ରେରଣା ତାଙ୍କୁ ମିଳିଛି । ସେ ଜଣେ ପ୍ରକୃତ କର୍ମଯୋଗୀ ଥିଲେ । ଜଣେ ବିଶିଷ୍ଟ ବୈଜ୍ଞାନିକ ସହ ନୀତି ନିର୍ଦ୍ଧାରକ ଥିଲେ । ୨୦୨୦ ଜାତୀୟ ଶିକ୍ଷା ନୀତି ପାଇଁ ଚିଠା ପ୍ରସ୍ତୁତିରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ସାରା ଭାରତ ଇସ୍ରୋର ଏହି ବୈଜ୍ଞାନିକଙ୍କୁ ଆଜି ମନେ ପକାଉଛି । ବୈଜ୍ଞାନିକ କସ୍ତୁରୀରଙ୍ଗନ ଆଗାମୀ ପିଢି ଓ ଯୁବ ବୈଜ୍ଞାନିକ ମାନଙ୍କୁ ଆଗାମୀ ଦିନରେ ମଧ୍ୟ ପ୍ରେରଣା ଯୋଗାଉଥିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।

Sponsored
former-isro-chairman-padma-vibhushan-k-kasturirangan-passed-away | Argus News