Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

Sangram Tripathy
Browse all articles by Sangram Tripathy
·1 year ago·1 min read
ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍


ଅର୍ଗସ ବ୍ୟୁରୋ:ସରଗରମ ଝାଡ଼ଖଣ୍ଡ ରାଜନୀତି। ଜେଏମ୍‌ଏମ୍‌ ଛାଡି ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌ । ସେ ଏନେଇ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କରିଛନ୍ତି ଆଲୋଚନା । ଅଗଷ୍ଟ ୩୦ ତାରିଖରେ ରାଞ୍ଚିରେ ବିଜେପିରେ ମିଶିବେ ଝାଡ଼ଖଣ୍ଡର ଆଦିବାସୀ ନେତା ଚମ୍ପାଇ ସୋରେନ୍,ଏନେଇ ସୋସିଆଲ ମିଡିଆ ଏକ୍ସରେ  ପୋଷ୍ଟ କରି  ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଗକୁ ନିର୍ବାଚନ ଥିବାବେଳେ ସୋରେନ୍ ବିଜେପିରେ ମିଶିବା ଫଳରେ ଦଳର ଶକ୍ତି ବୃଦ୍ଧି ହେବ। ରାଜ୍ୟରେ ଆଦିବାସୀ ନେତା ଭାବେ ବେଶ ଲୋକପ୍ରିୟ ହୋଇପାରିଛନ୍ତି ଚମ୍ପାଇ ସୋରେନ୍,ତାଙ୍କ ଉପରେ ଜନତା ଆସ୍ଥା ରହିଛି।

କିଛିଦିନ ପୂର୍ବରୁ ଦୁର୍ନିତୀ ଅଭିଯୋଗରେ ହେମନ୍ତ ସୋରେନ ଜେଲ୍ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ୍,ଜେଲ୍ ରୁ ଜାମିନରେ ଆସିବା ପରେ ଚମ୍ପାଇକୁ ହଟାଇ ପୁଣି ହେମନ୍ତ ସୋରେନ ହୋଇଥିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ,ଏହା ପରେ ଜେଏମଏମରେ ଦେଖାଦେଇଥିଲା ବିବାଦ । ଜେଏମ୍‌ଏମ୍‌ ପୂରା ସଫା ହୋଇଯିବ। ଆନ୍ଦୋଳନରୁ ଗଠିତ ଜେଏମ୍ଏମ୍ ବର୍ତ୍ତମାନ କେବଳ ଦଲାଲଙ୍କ କବଳରେ ଅଛି ବୋଲି ବିଜେପି ନେତା ନିଶିକାନ୍ତ ଦୁବେ ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ସୋରେନ୍ ବିଜେପିରେ ମିଶିବା ଫଳରେ କୋହ୍ଲାନ ପ୍ରାନ୍ତରେ ଦଳର ଶକ୍ତି ବୃଦ୍ଧି ହେବ।

କିଛି ଦିନ ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଦଳ କୁଆଡେ ଅପମାନିତ କରିଥିବା ଅଭିଯୋଗ ଆସିଥିଲା,ଫଳରେ ସେ ନୂଆ ଦଳ ଗଢିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା,ମାତ୍ର ତାହା ଏବେ ସ୍ପଷ୍ଟ ହୋଇଛି,ସେ ନୂଆ ଦଳ ନଗଢି ବିଜେପିରେ ସାମିଲ୍ ହେବେ। ଚମ୍ପେଇଙ୍କ ଉପସ୍ଥିତି ଝାଡଖଣ୍ଡରେ ବିଜେପିର ଶକ୍ତି ବଢାଇବା ସହ ପଦ୍ମମୟ ହେବ ରାଜ୍ୟ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Jharkhand Chief Minister Champai Soren will join BJP | Argus News