Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶଙ୍କ ସନ୍ଦେହ ଜନକ ମୃତ୍ୟୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶଙ୍କ ସନ୍ଦେହ ଜନକ ମୃତ୍ୟୁ

କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓମ ପ୍ରକାଶଙ୍କ ସେନ୍ଦହ ଜନକ ମୃତ୍ୟୁ। ବେଙ୍ଗାଲୁରୁର ଏଚ୍ଏସଆର ଲେଆଉଟ୍ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତ ଦେହ ଠାବ ହୋଇଛି। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ପୂର୍ବତନ ଡିଜିପିଙ୍କ ମୃତଦେହ ତାଙ୍କ ତିନି ମହଲା ଘରର ତଳ ମହଲାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପରିବାରର କେହି ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ। ଅଧିକ ପଚରାଉଚରା ପାଇଁ ତାଙ୍କ ଝିଅ ଓ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ। ହତ୍ୟାକାଣ୍ଡରେ ପ୍ରକାଶଙ୍କ ସ୍ତ୍ରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।


ତାଙ୍କ ପତ୍ନୀ ଏକ ହ୍ୱାଟ୍ସଆପ୍ ମେସେଜ୍ ପଠାଇଥିଲେ ବୋଲି ଅଭିଯୋଗ ହୋଇଛି ଯେଉଁଥିରେ ସେ ବନ୍ଧୁକ ଧରି ଘରେ ଘୁରି ବୁଲୁଥିଲେ ଏବଂ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି କୁହାଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ଆଜି ତାଙ୍କର ସନ୍ଦେହ ଜନକ ଭାବେ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ସ୍ତ୍ରୀ ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି। ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିଭିନ୍ନ ସମୟରେ ଝଗଡା ଲାଗୁଥିବା ପଡୋଶୀ ଲୋକ କହୁଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ କିଛି ଦିନ ମଧ୍ୟରେ ଝଗଡା ଅଧିକ ବଢି ଯାଇଥିଲା। ମାନସିକ ସନ୍ତୁଳନ ହରାଇ ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା ପୋଲିସକୁ ଜଣାଇଥିବା ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ବାଙ୍ଗାଲୁର ଅତିରିକ୍ତ ପୋଲିସ କମିଶନର କହିଛନ୍ତି ବର୍ତ୍ତମାନ ସୁଦ୍ଧା, କାହାକୁ ଗିରଫ କରାଯାଇ ନାହିଁ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ମାମଲା ପାରିବାରିକ। ତାଙ୍କୁ ମାରିବା ପାଇଁ ଏକ ଧାରୁଆ ଅସ୍ତ୍ରର ବ୍ୟବହାର କରାଯାଇଛି। ଅଧିକ ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ହୋଇଛି।


୬୮ ବର୍ଷୀୟ ଓମ୍ ପ୍ରକାଶ ବିହାରର ଚମ୍ପାରଣର ବାସିନ୍ଦା। ସେ ୧୯୮୧ ମସିହାର ଆଇପିଏସ ଅଧିକାରୀ। ୧ ମାର୍ଚ୍ଚ ୨୦୧୫ ରେ ସେ ପୋଲିସ ମହାନିର୍ଦ୍ଦେଶକ ହୋଇଥିଲେ। ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ପୋଲିସର ମହାନିର୍ଦ୍ଦଶକ ଥିଲେ। ଏହା ପୂର୍ବରୁ ସେ କର୍ଣ୍ଣାଟକ ହୋମଗାର୍ଡ ଏବଂ ଅଗ୍ନିଶମ ବାହିନୀର ମହାନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ।

Sponsored
Former Karnataka DGP Om Prakash's suspicious death | Argus News