Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନଙ୍କ ପରଲୋକ

Ritu Das
Browse all articles by Ritu Das
·11 months ago·1 min read
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନଙ୍କ ପରଲୋକ

Key Points

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନଙ୍କ ପରଲୋକ

ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ

ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି

ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା

ବରିଷ୍ଠ CPI-M ନେତା ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା । ଘରେ ହୃଦଘାତର ସନ୍ଦେହ ହେବାରୁ ଜୁନ୍ ୨୩ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନ ଆଜି ଅପରାହ୍ନ ୩.୨୦ ମିନିଟରେ ତିରୁଭନନ୍ତପୁରମର ଏସ୍ୟୁଟି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।


ଜାନୁୟାରୀ ୨୦୨୧ରେ ପ୍ରଶାସନିକ ସଂସ୍କାର କମିଟିର ଅଧ୍ୟକ୍ଷ ପଦ ଛାଡିଥିଲେ ଭିଏସ୍ ଅଚ୍ୟୁତାନନ୍ଦନ । ଏହାପରେ ଥିରୁବନନ୍ତପୁରମରେ ତାଙ୍କ ପୁଅ କିମ୍ବା ଝିଅଙ୍କ ଘରେ ସେ ରହି ଆସୁଥିଲେ। ସେ ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସାତ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତିନିଥର ବିରୋଧୀ ଦଳର ନେତା ମଧ୍ୟ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored