Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଦେହାନ୍ତ

Smruti Parija
Browse all articles by Smruti Parija
·2 years ago·1 min read
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଦେହାନ୍ତ

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା  ମନୋହର ଯୋଶୀଙ୍କ ଦେହାନ୍ତ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମନୋହର । ୨୧ ତାରିଖରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଆଜି ଭୋର୍ ୩ଟା ସମୟରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ଦ୍ବିପ୍ରହର ୨ଟାରେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ । ରାଜକୀୟ ସମ୍ମାନ ସହ ଦାଦର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । 

୧୯୯୫ ମସିହା ମାର୍ଚ୍ଚ ୧୪ ତାରିଖରୁ ୧୯୯୯ ମସିହା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ। ପ୍ରାୟ ୫ ଦଶକ ଧରି ରାଜନୀତିରେ ସକ୍ରିୟ ଥିବା ମନୋହର ଯୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ମୁମ୍ବାଇ ନଗର ନିଗମର କାଉନସିଲର ରୂପେ କାର୍ଯ୍ୟ ଆରମ୍ଭ କରିଥିବା ମନୋହର ପରେ ବିଧାୟକ, ଲୋକସଭା ଓ ରାଜ୍ୟସଭା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଏବଂ ପରେ ଏନଡିଏ ସରକାର ସମୟରେ ଲୋକସଭା ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Maharashtra Chief Minister Manohar Joshi passed away | Argus News