ପାକିସ୍ତାନର ପୂର୍ବତନ ସାଂସଦ ଏବେ ଭାରତରେ ବିକୁଛନ୍ତି ଆଇସକ୍ରିମ

କାଶ୍ମୀର ପହଲଗାମ୍ର ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ପକିସ୍ତାନୀ ନାଗରିକଙ୍କୁ ଭାରତ ଛାଡି ନିଜ ଦେଶ ଯିବାକୁ ଅନୁମତି ଦିଆଯାଇଛି । ଏହା ଭିତରେ ଯେଉଁମାନେ ପାକିସ୍ତାନ ନାଗରିକ ଭିସା ନେଇ ଭାରତରେ ରହିଥିଲେ, ସେମାନେ ନିଜ ଦେଶକୁ ଫେରି ଯାଇଥିଲେ । ଏ ଭିତରେ ହରିୟାଣା ଫରିଦାବାଦ୍ର ଏକ ପାକିସ୍ତାନୀ ପୂର୍ବତନ ସାଂସଦ ଚର୍ଚ୍ଚାରେ ରହିଛନ୍ତି । ଯିଏ ଦୀର୍ଘ ୨୮ ବର୍ଷ ହେବ ଭାରତରେ ରହି ଆଇସକ୍ରିମ ବ୍ୟପାର କରୁଛନ୍ତି । ତାଙ୍କର ପୁରା ପରିବାର ଭାରତରେ ହିଁ ରହିଛନ୍ତି ।
ଏହି ପାକିସ୍ତାନୀ ନାଗରିକ ଜଣକ ହେଉଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ ଡବାୟା ରାମ । ରାମ ଫରିଦାବାଦର ରତନଗଡରେ ରୁହନ୍ତି, ଏବଂ ଗଳି ଗଳି ବୁଲି ଆଇସକ୍ରିମ ବ୍ୟପାର କରନ୍ତି । ତାଙ୍କ ପରିବାରର ୬ ଜଣ ଲୋକଙ୍କୁ ଏବେଯାଏଁ ଭାରତୀୟ ନାଗରିକତାର ଭିସା ମିଳି ସାରିଥିଲେ ମଧ୍ୟ ତାଙ୍କୁ ଏବେଯାଏଁ ମିଳିପାରିନାହିଁ । ଯେଉଁଥିପାଇଁ ଏହି ପରିବାରକୁ ପୋଲିସ ତଦନ୍ତ କରି ପଚରାଉଚରା କରିବା ପାଇଁ ଷ୍ଟେସନ ଡକା ଯାଇଥିଲା । ପରେ ସେମାନଙ୍କୁ ଛଡା ଯାଇଥିଲା ।
ତେବେ ଡବାୟା ରାମଙ୍କ ଜନ୍ମ ପାକିସ୍ତାନରେ । ପାକିସ୍ତାନରେ ତାଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ଅନେକ ଥର ବାଧ୍ୟ କରାଯାଇଥିଲା । କିନ୍ତୁ ସେମାନେ ତାଙ୍କ ଧର୍ମ ପରିବର୍ତ୍ତନ କରିନଥିଲେ । ଏହାପରେ ୧୯୮୮ରେ ହେବାକୁଥିବା ପାକିସ୍ତାନ ବିଧାନସଭା ନିର୍ବାଚନରେ ସେ ପାକିସ୍ତାନର ପଞ୍ଜାବ ଜିଲ୍ଲରା ଲୋହିୟା ଏବଂ ବଖରରେ ବିନା ପ୍ରତିଦ୍ଵନ୍ଦିତାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ପାକିସ୍ତାନରେ ରହିବା ସମୟରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ପରେ ସେମାନେ ଭାରତ ଚାଲି ଆସିଥିଲେ । ଯେତେବେଳେ ଭାରତ ଆସିଥିଲେ ସେତେବେଳେ ସେ ମାତ୍ର ଏକ ମାସର ଭିସା ନେଇ ଆସିଥିଲେ । ପରେ ତାଙ୍କ ପରିବାର ଲୋକଙ୍କର ଭିସା ହୋଇ ସାରିଥିଲେ ମଧ୍ୟ ତାଙ୍କର ଦୀର୍ଘ ୨୮ ବର୍ଷ ହେବ ହୋଇ ପାରିନାହିଁ ।
ସୂଚନା ମୁତାବକ ବର୍ତ୍ତମାନ ଯାଏଁ ୫୩୭ ଜଣ ପାକିସ୍ତାନୀ ନାଗରିକ ଭାରତ ଛାଡି ସାରିଛନ୍ତି