ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ଡକ୍ଟର ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଡକ୍ଟର ସିଂହ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ସିଂହ ଆଖି ବୁଜି ଦେଇଛନ୍ତି। ରାତି ୯.୫୧ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ଆଜି ତାଙ୍କ ବିୟୋଗରେ ପୂରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି। ସେହିପରି CWC ପାଇଁ କର୍ଣ୍ଣାଟକାରେ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଦିଲ୍ଲୀ ଆସୁଛନ୍ତି।
📱 Get Argus News App
✨ଶ୍ରୀ ସିଂହଙ୍କ ପରଲୋକ ଯୋଗୁ ଆସନ୍ତାକାଲି କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଦଳ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ଅନେକ ବରିଷ୍ଠ ନେତା ମଧ୍ୟ ବିଭିନ୍ନ ରାଜ୍ୟରୁ ଶ୍ରୀ ସିଂହଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଆସିବାରେ ଲାଗିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ଯୋଗେ ଶ୍ରୀ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ସହ ଷ୍ଟେଜ ଶେୟାର କରିବା ବେଳର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି