Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇଡି ପ୍ରଶ୍ନବାଣରେ ଘାଇଲା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ 

National

ଇଡି ପ୍ରଶ୍ନବାଣରେ ଘାଇଲା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ 

Smruti Parija
Browse all articles by Smruti Parija
·2 years ago·2 min read
ଇଡି ପ୍ରଶ୍ନବାଣରେ ଘାଇଲା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ 

Key Points

  • ଆକ୍ସନ ମୋଡରେ ଇଡି
  • ଦୁର୍ନୀତି ମାମଲାରେ କାଠଗଡ଼ାରେ JMM ଓ RJD
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାରରେ ସୋରେନ ଓ ଲାଲୁ
  • ଜାନୁଆରୀ 31 ପୂର୍ବରୁ ଇଡିରେ ହାଜର ହେବେ ଝାଡ଼ଖଣ୍ଡ ସିଏମ
  • ପୁଣିଥରେ ଇଡି ପ୍ରଶ୍ନବାଣରେ ଘାଇଲା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ 

ଅର୍ଗସ ବ୍ୟୁରୋ: ବଢୁଛି ଲାଲୁ ଓ ସୋରେନଙ୍କ ଗିରଫ ସମ୍ଭାବନା । ଚାକିରି ପାଇଁ ଜମି ଓ ଖଣି ଟଙ୍କା ଡିଲ୍ ଦୁର୍ନୀତିରେ ଦୁଇ ରାଜନେତାଙ୍କ ମୁଣ୍ଡ ଉପରେ ଝୁଲୁଛି ଇଡି ଖଣ୍ଡା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ଇଡି ସମନ ପରେ ପ୍ରଥମେ ଫେରାର ନାଟକ କରି ବିଫଳ ହେବାପରେ ଶେଷରେ ନିଜକୁ ନିଜେ ଧରାପକାଇଛନ୍ତି ଝାଡ଼ଖଣ୍ଡ ସିଏମ ହେନନ୍ତ ସୋରେନ । ନୋଟିସ ଅନୁସାରେ ସେ ଜାନୁଆରୀ 31 ପୂର୍ବରୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଚିଠି ଲେଖି ଜଣାଇଛନ୍ତି । ସକାଳେ ଚଢ଼ାଉ ଆରମ୍ଭ ହେବାପରଠାରୁ ହେମନ୍ତଙ୍କ ଗିରଫ ଆଶଙ୍କାରେ ଦଳୀୟ କର୍ମୀ ରାଞ୍ଚିର ମୋରହାବାଡି ମଇଦାନରେ ଏକାଠି ହୋଇ ନାରାବାଜି କରିଥିଲେ । ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନ ସମେତ 12ଟି ସ୍ଥାନରେ ଚଢାଉ କରିଛି ଇଡି । ହେମନ୍ତଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ, ସାହେବଗଞ୍ଜର ଡେପୁଟି କମିଶନରଙ୍କ ବାସଭବନରେ ମଧ୍ୟ ଚଢାଉ କରିଛି ଇଡି । 

ଏପଟେ ପାଟନା ଇଡି କାର୍ଯ୍ୟାଳୟରେ ପୁଣିଥରେ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଚାଲିଛି ଘନଘନ ଜେରା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜେରା କରି ଦୁର୍ନୀତି ସହ ଜଡ଼ିତ ଅଡୁଆ ପ୍ରଶ୍ନର ଉତ୍ତର ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲାଲୁଙ୍କ ଅସୁସ୍ଥତା ଦର୍ଶାଇ ତାଙ୍କ ସହ ଅଛନ୍ତି ଝିଅ ତଥା ଦୁର୍ନୀତି ମାମଲାରେ ଅଭିଯୁକ୍ତ ମିଶା ଭାରତୀ। ଲାଲୁଙ୍କ ଗିରଫ ଆଶଙ୍କାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଇଡି କାର୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲାଲୁ ଯାଦବଙ୍କ ସହ ପୁଅ ତେଜସ୍ୱୀ ଯାଦବଙ୍କୁ ଜାନୁଆରି 19 ରେ ସମନ ଜାରି କରିଥିଲା ଇଡି । ଆଜି ଇଡିରେ ଲାଲୁ ହାଜର ହୋଇଥିବାବେଳେ ଆସନ୍ତାକାଲି ହାଜରେ ହେବେ ତେଜସ୍ୱୀ ଯାଦବ । 

ବଢୁଛି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା ଲାଲୁ ଓ ସୋରେନଙ୍କ ଗିରଫ ସମ୍ଭାବନା । ଅଭିଯୋଗ ଅନୁସାରେ 2006ରୁ 2010 ମଧ୍ୟରେ ବେଆଇନ ଭାବେ ଶତାଧିକ ଯୁବକଙ୍କୁ ରେଲୱେରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ମିଳିଥିଲା । ଏକେ ଇନଫୋସିଷ୍ଟମ୍ସ ନାମକ କମ୍ପାନି ଚାକିରି ଆଶାୟୀଙ୍କଠାରୁ ଖୁବ କମ ମୂଲ୍ୟରେ ଜମି କିଣି ପରେ ଲାଲୁଙ୍କ ପରିବାରକୁ  ବିକ୍ରି କରିଥିବା ଅଭିଯୋଗ ରହିଛି । ସେହିପରି ରାଞ୍ଚିରେ ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Former Railway Minister Lalu Prasad questioned by ED | Argus News