Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି। ପୂର୍ବତନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଓଡିଆ IAS ଅଫିସର ଶକ୍ତିକାନ୍ତ ଦାସ। ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡର ଅବସରପ୍ରାପ୍ତ IAS ଶକ୍ତିକାନ୍ତ ଦାସ । ପି.କେ ମିଶ୍ରଙ୍କ ସହ ଦ୍ୱିତୀୟ ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ଶକ୍ତିକାନ୍ତ ।


ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି। ଶକ୍ତିକାନ୍ତ ଦାସ ୬ ବର୍ଷ ପାଇଁ RBI ଗଭର୍ନର ଭାବରେ କାର୍ଯ୍ୟ କରିବା ପରେ ଗତ ବର୍ଷ ଡିସେମ୍ବରରେ ଅବସର ନେଇଥିଲେ। ଏବେ ଅବସର ନେବାର କିଛି ମାସ ପରେ, ସେ ଏକ ବଡ଼ ଦାୟିତ୍ୱ ପାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Former RBI governor Shaktikanta Das appointed Principal Secretary-2 to PM Modi news | Argus News