Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦  ବର୍ଷ ବୟସର ଯୁବକ କାହିଁକି ଟ୍ରମ୍ପଙ୍କୁ ମାରିଲା ଗୁଳି ? 

Manini Pattanayak
Browse all articles by Manini Pattanayak
·2 years ago·3 min read
୨୦  ବର୍ଷ ବୟସର ଯୁବକ କାହିଁକି ଟ୍ରମ୍ପଙ୍କୁ ମାରିଲା ଗୁଳି ? 

ନୂଆଦିଲ୍ଲୀ:  ରାଇଫଲ AR-15  ଧରି  ଛାତ ଉପରେ ବସିଥିଲା ୨୦  ବର୍ଷ ବୟସର ଯୁବକ।  ଟାର୍ଗେଟରେ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ରାଲି ମଞ୍ଚର ୧୨୦  ମିଟର ଦୂରରୁ ମାରିଲା ଗୁଳି ସିଧା ବାଜିଲା ଯାଇଁ ଟ୍ରମ୍ପଙ୍କ ଡାହାଣ କାନରେ।  ସ୍ଥାନ ଥିଲା ପେନସିଲଭିନିଆ,  ସମୟ ସନ୍ଧ୍ୟା ୬ଟା୧୫,  ଚାଲିଥିଲା ଟ୍ରମ୍ପଙ୍କ ନିର୍ବାଚନୀ ରାଲି।  ଏହି ସମୟରେ ଟ୍ରମ୍ପଙ୍କୁ ଉପରକୁ ଫାୟାରିଂ କଲା ୨୦ ବର୍ଷର ଯୁବକ।  ଏହାପରେ ଟ୍ରମ୍ପ କାନକୁ ଧରି ତଳେ ପଡିଯାଇଥିଲେ। ଉପସ୍ଥିତ ଜନତା  ହତବାକ, କଣ ହେଲା..?  କିଏ କଲା.. ?  ଛୁଟି ଆସିଲେ ସୁରକ୍ଷା କର୍ମୀ।  ସାଙ୍ଗେ ସାଙ୍ଗେ ଟ୍ରମ୍ପଙ୍କୁ ସେଠାରୁ  ହସ୍ପିଟାଲ ନିଆଯିବା ସହ ଫାୟାରିଙ୍ଗ କରିଥିବା ଯୁବକକୁ ହତ୍ୟା କରିଦେଇଥିଲେ  ସିକ୍ରେଟ୍ ସର୍ଭିସ। ବହୁ ଚତୁରତାର ସହ ଆକ୍ରମଣ କରାଯାଇଥିଲେ ବି ଭାଗ୍ୟବସତଃ ଟ୍ରମ୍ପ ଏହି ଆକ୍ରମଣରୁ ବଞ୍ଚିଯାଇଛନ୍ତି ।   ସିକ୍ରେଟ୍ ସର୍ଭିସ ଅନୁସାରେ, ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା ଏଆର୍-୧୫ ରାଇଫଲ ଏକ ସେମି ଅଟୋମେଟିକ୍ ରାଇଫଲ ଅଟେ ।  କିଏ ଏହି  ୨୦ ବର୍ଷର ଯୁବକ..  ?  କଣ ପାଇଁ ଟ୍ରମ୍ପଙ୍କୁ କରିଲା ଫାୟରିଙ୍ଗ..?  ଟ୍ରମ୍ପଙ୍କ ସହ ପୂର୍ବରୁ ଥିଲା କି ଶତ୍ରତା.. ?   ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ..  


ଗୁଳି କରିଥିବା ଯୁବକ ହେଉଛି ଥମାସ ମାଥ୍ୟୁ କ୍ରୁକ୍ସ।  ଟ୍ରମ୍ପ ଯେଉଁ ମଞ୍ଚରେ ଭାଷଣ ଦେଉଥିଲେ  ଥମାସ ସେହି ସ୍ଥାନରୁ  ପାଖାପାଖି ୨୦ ମିଟର ଦୂରରେ ଥିବା ଏକ  ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟର ଛାତରେ ଠିଆ  ଗୁଳିକରିଥିଲେ।..  ୧୦ ଥର  ଫାୟରିଂ କରିଥିଲା ଥମାସ ମାଥ୍ୟୁ କ୍ରୁକ୍ସ ଆଉ ଗୋଟିଏ ଗୁଳି ବାଜିଥିଲା ଟ୍ରମ୍ପଙ୍କ କାନରେ। ଏହି ଆକ୍ରମଣରେ ରାଲିରେ ସାମିଲ ହୋଇଥିବା ଜଣେ ବ୍ୟକ୍ତିଙ୍କର ମ୍ୟତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି।  ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ତା’ର ୪ ମାସ ପୂର୍ବରୁ ଟ୍ରମ୍ପଙ୍କ ଉପରେ ହୋଇଛି  ଏହି ଆକ୍ରମଣ।  ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋଶାଲ ସାଇଟ୍‌ରେ ଲେଖିଛନ୍ତି, ଗୁଳି ଫୁଟିବା ଶବ୍ଦ ମୁଁ ଶୁଣି ପାରିଥିଲି। ଆଉ ତତ୍‌କ୍ଷଣାତ୍ ମୋ ଚର୍ମର ଉପର ଭାଗରେ ଏକ ଗୁଳି ବାଜି ଚାଲି ଯାଇଥିବା ଅନୁଭବ କଲି। ମୁଁ ୟୁନାଇଟେଡ୍ ଷ୍ଟେଟ୍‌ସ ସିକ୍ରେଟ୍ ସର୍ଭିସ ଓ ଅନ୍ୟ ଲ’ ଏନ୍‌ଫୋର୍ସମେଣ୍ଟ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ସେମାନେ ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ।  ଟ୍ରମ୍ପ  କହିଛନ୍ତି ଯାହା ବି ହେଇଯାଉ ମୁଁ ଡରିବି ନାହିଁ  କି ସରେଣ୍ଡର କରିବି ନାହିଁ ଆଉ  ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ୟାମ୍ପେନ ଜାରି ରହିବ। 

ଡୋନାଲ୍ଟ   ଟ୍ରମ୍ପ US ରିପବ୍ଲିକାନ୍‌ର  ପାର୍ଟିର ଜଣେ ଟାଣୁଆ ନେତା କହିଲେ ଅତ୍ୟୁକ୍ତି ହେବ ନାହିଁ।  ଖାଲି ଜଣେ ଟାଣୁଆ ନେତା ନୁହଁନ୍ତି ଆମେରିକାର ଜଣେ ଧନି ବ୍ୟକ୍ତିଙ୍କ ମଧ୍ୟ ସେ ଜଣେ। ଡୋନାଲ୍ଡ ଟ୍ରମ୍ପ ଜଣେ ସଫଳ ଆମେରିକୀୟ ବ୍ୟବସାୟୀ ।  ଟ୍ରମ୍ପ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ମଧ୍ୟ ।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେନମ୍ୟାନରୁ ରାଜନେତା  ଟ୍ରମ୍ପ..

ଟ୍ରମ୍ପଙ୍କ ବାପା ଜଣେ ରିୟାଲିଷ୍ଟେଟ୍‌  ବିଜେନେମ୍ୟାନ ଥିଲେ ।  ତେଣୁ ଟ୍ରମ୍ପ ମଧ୍ୟ  ଜଣେ  ସଫଳ ବିଜନେସ୍‌   ହୋଇଥିଲେ। ଖାଲି ବିଜନେସ୍‌ ନୁହେଁ ରାଜନୀତିରେ ବେସ୍‌ ସଫଳ ହୋଇଛନ୍ତି  ଟ୍ରମ୍ପ। ସବୁବେଳେ ନିଜ ବୟାନକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଆସୁଥିବା ଟ୍ରମ୍ପ  ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିସାରିଛନ୍ତି।  ବର୍ତ୍ତମାନ ୨୦୨୪  ରାଷ୍ଟ୍ରପତି ନିର୍ବାଚନ  ଲଢୁଛନ୍ତି ଟ୍ରମ୍ପ..।    ପ୍ରାୟତଃ ଡୋନାଲ୍ଡ  ଟ୍ରମ୍ପ  ତାଙ୍କ ଭାଷଣକୁ ନେଇ ବିବାଦକୁ ଚାଲିଆସିଥାନ୍ତି।  କିଛି ମାସ ପୂର୍ବରୁ ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ  ଯଦି ରାଷ୍ଟ୍ରପତି ନିର୍ବାଚନ ହାରିଯିବି ତେବେ ଦେଶରେ ରକ୍ତପାତ ହେବ।  ଏହି ଭାଷରରେ ଆମେରିକାରେ ରାଜନୈତି ହିଂସା ଦେଖିବାକୁ ମିଳିଥିଲା। ସେହିପରି  ତାଙ୍କର ଅନ୍ୟଏକ ବିବାଦୀୟ ଭାଷଣ ଥିଲା ଯେ ସେ ଜୋ ବାଇଡେନଙ୍କୁ   ଆମେରିକାର ସୁବଠାରୁ ଖରାପ ରାଷ୍ଟ୍ରପତି  କହିଥିଲେ.. ଏଥିପାଇଁ  ସେ   ଲୋକଙ୍କର ଆକ୍ରୋଶର ସିକାର ମଧ୍ୟ ହୋଇଥିଲେ। ସେହିପରି କରୋନା ସମୟରେ ମଧ୍ୟ ଆମେରିକୀୟବାସୀଙ୍କ ସମାଲୋଚାନର  ସିକାର ହୋଇଥିଲେ ଟ୍ରମ୍ପ।  ପୂର୍ବ ରାଷ୍ଟ୍ରପତି  ବାରାକ ଓବାମାଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପ୍ରତିଷ୍ଠାତା ଘୋଷିତ କରାଯିବା ଉଚିତ ବୋଲି କହିଥିଲେ।।  ତେବେ ଗୋଟିଏ ଅର୍ଥରେ କହିଲେ ଟ୍ରମ୍ପ ଙ୍କ ଅନ୍ୟ ନାମ ବିବାଦ.. ବିବାଦୁ ଡାକି ଆଣିଥାନ୍ତି ଟ୍ରମ୍ପ..  ତେଣୁ ଅର୍ନ୍ତଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ଟ୍ରମ୍ପଙ୍କ ଉପରୁକୁ ଫାୟାରିଂ କରିଥିବା ଯୁବକ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପୂର୍ବରୁ  କିଛି ଶତ୍ରୁତା ରହିଛି। 

ଅଧିକ ପଢନ୍ତୁ ବିଦେଶ ଖବର 
 

Sponsored
Former US President Donald Trump has been hit in the ear in an apparent assassination bid by a gunman at a campaign rally in Butler | Argus News