Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

Ritu Das
Browse all articles by Ritu Das
·1 year ago·1 min read
ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରଓ୍ବୋର ପିକ୍‌ନିକ୍‌ ସ୍ପଟ୍‌ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅପରାଧୀମାନେ ଏହି ବର୍ବରତା ଦୃଶ୍ୟର ଭିଡିଓ ଶୁଟିଂ ମଧ୍ୟ କରିଥିଲେ। ଏତିକିରେ ଥମି ନ ଥିଲା ବର୍ବରତା। 
ପୋଲିସକୁ ଜଣାଇଥିଲେ ଅନ୍‌ଲାଇନରେ ଭିଡିଓ ରିଲିଜ୍‌ କରିଦେବୁ ବୋଲି ସେମାନେ ଧମକ ମଧ୍ୟ ଦେଇଥିଲେ। ଗତ ୨୧ରେ ଏହି ଗଣବଳାତ୍କାର ଘଟିଥିବାବେଳେ ଦିନକ ପରେ ପୋଲିସ ମାମଲା ରୁଜୁ କରିଥିଲା। ଏନେଇ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଇତିମଧ୍ୟରେ ଇନ୍ଦୋରରେ ଜଣେ ମାନସିକ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ଦିନ ମଜୁରିଆ ଏକ ବର୍ଜ୍ୟବସ୍ତୁ ପରିଚାଳନା ସଂସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ପୀଡ଼ିତା ଜଣକଙ୍କ ଦେହରେ ବସ୍ତ୍ର ନାହିଁ। ରକ୍ତସ୍ରାବ ହେଉଛି। ସହରର ସଦର ବଜାର ଅଞ୍ଚଳରେ ମଙ୍ଗଳବାର ଭୋର ୩ଟା ୪୫ ମିନିଟ୍‌ର ଏହି ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ପୋଲିସ ଏହାକୁ ଅନୁଧ୍ୟାନ କରିବା ପରେ ଶ୍ରମିକ ସୋନୁଙ୍କୁ ଗିରଫ କରିଛି। ସୋନୁ ଦୁଷ୍କର୍ମ କରିଥିବା ସ୍ବୀକାର କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fornication of the | Argus News