Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠା ଦିବସ,ଆଗକୁ ବଢୁଛି ଭାରତ କହିଲେ ମୋହନ ଭାଗବତ

Sangram Tripathy
Browse all articles by Sangram Tripathy
·1 year ago·1 min read
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠା ଦିବସ,ଆଗକୁ ବଢୁଛି ଭାରତ କହିଲେ ମୋହନ ଭାଗବତ

ଅର୍ଗସ ବ୍ୟୁରୋ:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠା ଦିବସ। ମହାରାଷ୍ଟ୍ରର ନାଗପୁର ସ୍ଥିତ ସଂଗଠନ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ପବିତ୍ର ବିଜୟା ଦଶମୀ ତିଥିରେ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଏହି ରାଷ୍ଟ୍ରୀୟ ସମାଜ ସେବୀ ସଂଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହୋଇଛି ରାଷ୍ଟ୍ରୀୟ ପରେଡ୍। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିଜ୍ ମଧ୍ୟ ସାମିଲ ହୋଇଛନ୍ତି। ମୋହନ ଭାଗବତ କହିଛନ୍ତି ସାରା ବିଶ୍ବରେ ଭାରତର ପ୍ରତିଷ୍ଠା ବଢିଛି,ଆଗକୁ ବଢୁଛି ଭାରତ,ଧାର୍ମିକ ମାଗରେ ପରିଚାଳିତ ହେବା ହିଁ ଆଜିର ଆହ୍ନାନ ବୋଲି କହିଛନ୍ତି ।ଦେଶର କୋଣ ଅନୁକୋଣରୁ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଏହି ସ୍ବତନ୍ତ୍ର ଉତ୍ସବରେ ଯୋଡି ହୋଇଛନ୍ତି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ରାଷ୍ଟ୍ର ନିର୍ମାଣ ଓ ଜନସେବାର ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ। ଆଜି ନାଗପୁରରେ ଶସ୍ତ୍ର ପୂଜା କରିଛନ୍ତି ସଂଘର ସରସଂଘଚାଳକ ମୋହନ ଭାଗବତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Foundation Day of National Self-Servant Association, India is moving forward said Mohan Bhagat | Argus News