Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜଧାନୀରେ ଭୁଶୁଡ଼ିଲା ୪ ମହଲା କୋଠା: ୪ ମୃତ

Ritu Das
Browse all articles by Ritu Das
·1 year ago·1 min read
ରାଜଧାନୀରେ ଭୁଶୁଡ଼ିଲା ୪ ମହଲା କୋଠା: ୪ ମୃତ

ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପୋଲିସ ସୂଚନାନୁଯାୟୀ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ କର୍ମଚାରୀ ଏବଂ ଦିଲ୍ଲୀ ପୋଲିସର ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଆହୁରି କହିଛି, ସେମାନେ କୋଠା ଭୁଶୁଡ଼ିବା କାରଣ ଖୋଜୁଛନ୍ତି। ଶନିବାର ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଶେୟାର କରାଯାଇଥିବା CCTV ଫୁଟେଜରେ, ଭୁଶୁଡ଼ିବାର ସଠିକ ମୁହୂର୍ତ୍ତ ବା ସମୟ କଏଦ ହୋଇଛି।


କୋଠା ଭୁଶୁଡ଼ିବା ପରେ, ପ୍ରବଳ ପବନ ଏବଂ ଧୂଳି ଉଡ଼ୁଥିବାର ଦେଖାଯାଉଛି। ଗତ ସପ୍ତାହରେ, ଦିଲ୍ଲୀ-NCR ଅଞ୍ଚଳରେ ପୃଥକ୍‌ ଘଟଣାରେ ଏକ କୋଠା ଭୁଶୁଡ଼ିବା ଏବଂ ଏକ କାନ୍ଥ ଭୁଶୁଡ଼ିବା ଘଟଣାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ତିନି ଜଣ ଆହତ ହୋଇଥିଲେ। ଦିଲ୍ଲୀର ମଧୁ ବିହାରରେ ଏକ କୋଠାର ଷଷ୍ଠ ମହଲାରେ ଏକ ନିର୍ମାଣାଧୀନ କାନ୍ଥ ଖସି ପଡ଼ିବାରୁ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-mahala-building-collapses-in-the-capital-4-dead | Argus News