Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଳ ହେଲା ସୁନା ଖୋଜିବା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାଳ ହେଲା ସୁନା ଖୋଜିବା

Key Points

ପ୍ରତି ଦୁଇମାସରେ ଖୋଲାଯାଏ ଟାଙ୍କି

ସୁନା ଧୁଆ ପାଣି ରହେ ଏହି ଟାଙ୍କିରେ

ସୁନା ଖୋଜିବାକୁ ଯାଇ ଚାଲିଗଲା ୪ ଜଣଙ୍କ ଜୀବନ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁର ସହରରେ। ସେଠାରେ ଏକ ସୁନା କାରଖାନାର ସେପ୍ଟିକ୍ ଟାଙ୍କିରେ ଏଭଳି ଘଟଣା ଘଟିଛି। ଏଠାରେ ସୁନା କଣିକାଗୁଡିକ ପାଣି ସହିତ ସେପ୍ଟିକ୍ ଟାଙ୍କିକୁ ଚାଲି ଯାଇଥାଏ। ତେଣୁ ପ୍ରତି ଦୁଇମାସରେ ଏହି ଟାଙ୍କିକୁ ସଫା କରାଯାଇଥାଏ। ଏହି ପାଣିକୁ ବାହାର କରି ଛାଣି ସୁନା ବାହାର କରାଯାଇଥାଏ।


ତେବେ ନିକଟରେ ସୁନା ଜୁଏଲରୀ ପକ୍ଷରୁ ସେପ୍ଟିକ୍ ଟାଙ୍କିରୁ ସୁନା କଣିକା ମିଶା ପାଣି ବାହାର କରିବା ପାଇଁ ୮ ଜଣ ଶ୍ରମିକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଶ୍ରମିକ ଟାଙ୍କିରୁ ପାଣି କାଢିବା ବେଳେ ବିଷାକ୍ତ ଗ୍ୟାସରେ ଅସୁସ୍ଥ ହୋଇ ପଡିଥିଲେ ଶ୍ରମିକ। ପାଖାପାଖି ୬ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରି ଠାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁରା ଘଟଣା ଥିଲା ଏମିତି


୧୦ ଫୁଟ ଗଭୀରର ଏହି ଟାଙ୍କିକୁ ସଫା କରିବା ପାଇଁ ପ୍ରଥମେ ୨ ଜଣ ଶ୍ରମିକ ଟାଙ୍କି ଭିତରକୁ ଯାଇଥିଲେ। ଯେତେବେଳେ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନଥଥିଲେ ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଶ୍ରମିକମାନେ ମଧ୍ୟ ଟ୍ୟାଙ୍କିରେ ପ୍ରବେଶ କରିଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ ଯୋଗୁଁ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ପରେ ଅନ୍ୟ ୪ ଜଣ ଯାଇଥିଲେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋତାସରା ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ ପ୍ରମୁଖ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Sponsored
Four people die due to toxic gas from septic tank | Argus News