Videos
|
National

ବିପର୍ଯ୍ୟୟର ଚାରି ଦିନ ପରେ  ମାଟି ତଳୁ ଉଦ୍ଧାର ହେଲେ ଚାରି ଜଣ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବିପର୍ଯ୍ୟୟର ଚାରି ଦିନ ପରେ  ମାଟି ତଳୁ ଉଦ୍ଧାର ହେଲେ ଚାରି ଜଣ  

ନୂଆଦିଲ୍ଲୀ:  ରଖେ ହରି ତ ମାରେ କିଏ ? ବିପର୍ଯ୍ୟୟର ଚାରି ଦିନ ପରେ ମାଟି ତଳୁ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ  ଉପରେ କୁଢ କୁଢ ମାଟି ଅତଡା ଜମି ରହିଥିଲା । ଆଉ ଏଭଳି ପ୍ରତିକୂଳ ପରିସ୍ଥିତିରେ ସେମାନେ ପ୍ରତିମୁହୂର୍ତ୍ତରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଥିସହ ଓ୍ବାୟାନାଡରେ ଉଦ୍ଧାରକାରୀ ଟିମକୁ ବଡ ସଫଳତା ମିଳିଛି। ସନ୍ଧାନୀ କୁକୁର ସହାୟତାରେ ଉଦ୍ଧାରକାରୀ ଟିମ୍ ଅତ୍ୟନ୍ତ ସତର୍କତାର ସହ ଚଲାଇଛନ୍ତି ଅପରେସନ୍ ।

ମାଟି ଅତଡା ତଳୁ ସେମାନେ ଖୋଜୁଛନ୍ତି ଜୀବନ । ଓ୍ବାୟାନାଡରେ ପ୍ରକୃତିର କରାଳ ରୂପରେ ବର୍ତ୍ତମାନ ସୁଦ୍ଧା ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏଥିଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛ । ସେପଟେ ଭୂସ୍ଖଳନ ଅଂଚଳକୁ ସେନା ପକ୍ଷରୁ ଏକ ବ୍ରିଜ ତିଆରି ହୋଇଛି। ଏଥିଯୋଗୁଁ ସେଠାକୁ ବଡ ମେସିନ ଯିବା ସମ୍ଭବ ହୋଇପାରୁଛି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Four people were rescued from a house in India's Kerala state on Friday | Argus News