Videos
|
National

Women Welfare Scheme / ବଦଳିବ ଏହି ରାଜ୍ୟର ମହିଳାଙ୍କ ଭାଗ୍ୟ, ସରକାର ଦେବେ ଦୁଧିଆଳି ଗାଇ

Bikash Mohanty
Browse all articles by Bikash Mohanty
·3 hours ago·2 min read
ବଦଳିବ ଏହି ରାଜ୍ୟର ମହିଳାଙ୍କ ଭାଗ୍ୟ, ସରକାର ଦେବେ ଦୁଧିଆଳି ଗାଇ
COW

Key Points

ମହିଳାଙ୍କ ଆସିଲା ଖୁସି ଖବର
ବଦଳିବ ଏହି ରାଜ୍ୟର ମହିଳାଙ୍କ ଭାଗ୍ୟ
ତାମିଲନାଡ଼ୁ ସରକାର ଦେବେ ଦୁଧିଆଳି ଗାଇ
ଗ୍ରାମୀଣ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କ ଆୟ ବଢ଼ାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏକ କଲ୍ୟାଣକାରୀ ଯୋଜନା ଅଧୀନରେ ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଦୁଧିଆଳୀ ଗାଈ ମାଗଣାରେ ବଣ୍ଟନ କରାଯିବ। ଏଥିପାଇଁ ସରକାର ୫୭ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ଦେଇଛନ୍ତି।

ଅଗଷ୍ଟ ୫ ତାରିଖରେ ଉପସ୍ଥାପିତ ସଂଶୋଧିତ ବଜେଟରେ ଏହି ଯୋଜନା ଘୋଷଣା କରାଯାଇଥିଲା। ପ୍ରତ୍ୟେକ ଗାଈର ମୂଲ୍ୟ ୫୭ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଦୁଗ୍ଧ ଉତ୍ପାଦନ କରି ନିୟମିତ ଆୟ କରିପାରିବେ ବୋଲି ଆଶା ରହିଛି।

ଅତି କମରେ ୮ ଲିଟର କ୍ଷୀର

ଯୋଜନା ଅନୁଯାୟୀ, ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ସୁସ୍ଥ ଓ ଅଧିକ କ୍ଷୀର ଦେଉଥିବା ସଙ୍କର ପ୍ରଜାତିର ଗାଈ ଯୋଗାଇ ଦିଆଯିବ। ଏହି ଗାଈ ପ୍ରତିଦିନ ଅତି କମରେ ୮ ଲିଟର କ୍ଷୀର ଦେବାର କ୍ଷମତା ରଖିବ। ଉପଯୁକ୍ତ ପଶୁଚିକିତ୍ସା ଓ ବୈଜ୍ଞାନିକ ପଦ୍ଧତିରେ ଗାଈଙ୍କ ଯତ୍ନ ନିଆଗଲେ, ପାଞ୍ଚ ବର୍ଷ ମଧ୍ୟରେ ଗୋଟିଏ ଗାଈରୁ ୩ରୁ ୪ଟି ବାଛୁରୀ ଜନ୍ମ ହେବାର ଆଶା ରହିଛି। ଏହାଦ୍ୱାରା ମହିଳାମାନେ ଦୀର୍ଘକାଳୀନ ଭାବେ ପଶୁସମ୍ପଦ ବଢ଼ାଇବା ସହ ଆୟର ନୂଆ ଉତ୍ସ ସୃଷ୍ଟି କରିପାରିବେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ ଅଭିଯୋଗ, ଶେଷରେ ବନ୍ଧା ହେଲା କୈଳାସ!

ହିତାଧିକାରୀ ଚୟନ ପ୍ରକ୍ରିୟା ଜାରି

ପଶୁପାଳନ ଓ ପଶୁଚିକିତ୍ସା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କ ସଂଖ୍ୟା ଚୂଡ଼ାନ୍ତ କରିବା କାର୍ଯ୍ୟ ଚାଲିଛି। ସରକାରୀ ନିର୍ଦ୍ଦେଶ ଜାରି ହେବା ପରେ ଗାଈ କ୍ରୟ ଓ ବଣ୍ଟନ ପ୍ରକ୍ରିୟାର ତଦାରଖ ପାଇଁ ଏକ କମିଟି ଗଠନ କରାଯିବ। ଏହି ମାଗଣା ଦୁଧିଆଳୀ ଗାଈ ବଣ୍ଟନ ଯୋଜନା ପ୍ରଥମେ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରତିବର୍ଷ ପ୍ରାୟ ୧୨ ହଜାର ଦୁଗ୍ଧ ଚାଷୀଙ୍କୁ ଗାଈ ଯୋଗାଇ ଦିଆଯାଉଥିଲା। ମରୁଡ଼ି ପରିସ୍ଥିତି ଯୋଗୁଁ ୨୦୧୬ ଡିସେମ୍ବରରେ ଏହାକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ପରେ ଏହା ପୁନର୍ବାର ଆରମ୍ଭ ହୋଇଥିଲା।

DMK ସରକାର ୨୦୨୨ ଏପ୍ରିଲରେ ଏହି ଯୋଜନାକୁ ପୁଣି ବନ୍ଦ କରିଥିଲେ। ଏବେ ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରିବା ପଦକ୍ଷେପ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।