Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୮୦ କୋଟି ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି, ୫ ବର୍ଷ ଯାଏ ଦେଶବାସୀଙ୍କୁ ମାଗଣା ରାସନର ଗ୍ୟାରେଣ୍ଟି

Banajyotshna Ray
Browse all articles by Banajyotshna Ray
·2 years ago·2 min read
୮୦ କୋଟି ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି, ୫ ବର୍ଷ ଯାଏ ଦେଶବାସୀଙ୍କୁ ମାଗଣା ରାସନର ଗ୍ୟାରେଣ୍ଟି
  • 80 କୋଟି ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି
  • 5 ବର୍ଷ ଯାଏ ଦେଶବାସୀଙ୍କୁ ମାଗଣା ରାସନର ଗ୍ୟାରେଣ୍ଟି
  • ପୁଣି ପ୍ରମାଣିତ ଗରିବ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିବଦ୍ଧ 
  • ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସାରା ଦେଶରୁ ହିତାଧିକାରୀଙ୍କ ସ୍ୱାଗତ

ଅର୍ଗସ ବ୍ୟୁରୋ: ଗତକାଲି ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶ ନିର୍ବାଚନୀ ସଭାରେ ନିଜ ଗରିବ କଲ୍ୟାଣ ସଂକଳ୍ପ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦି। ଆଗାମୀ 5 ବର୍ଷ ଯାଏ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳିବ ମାଗଣା ରାସନ ସାମଗ୍ରୀ। ଦେଶର 80 କୋଟି ଗରିବଙ୍କୁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆଗଆ ଦୀପାବଳି ଭେଟି।

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ଏବେ ଦେଶର 80 କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। 2022 ଡିସେମ୍ବରରେ ମୋଦି ସରକାର ବର୍ଷେ ଯାଏଁ ଏହି ଯୋଜନା ଜାରି ରହିବ ବୋଲି ଘୋଷଣା କରିଥିଲେ। ଅର୍ଥାତ ଆସନ୍ତା ଡିସେମ୍ବରରେ ମାଗଣା ରାସନ ଯୋଜନାର ଅବଧି ଶେଷ ହେଉଥିଲା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଗରିବଙ୍କ ପାଇଁ ଆଣିଦେଇଛି ବଡ଼ ଆଶ୍ବସ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି ସବୁ ହିତାଧିକାରୀ।ମୋଦି ସରକାର ପ୍ରତିବର୍ଷ ଏହି ଯୋଜନା ବାବଦକୁ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଥମେ କୋରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ 80 କୋଟି ଭାରତୀୟଙ୍କୁ ମାଗଣାରେ 5 କିଲୋ ଚାଉଳ କିମ୍ବା ଗହମ ଦିଆଯାଉଥିଲା।

କୋରନା ପ୍ରଭାବ କମିବା ପରେ ବି 2022 ଡିସେମ୍ବର ଯାଏ ଏହି ଯୋଜନା ଜାରି ରହିଥିଲା। 28 ମାସ ଯାଏ ଚାଲିଥିବା ଏହି ଯୋଜନାରେ ମୋଦି ସରକାର 1 ଲକ୍ଷ 80ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତେବେ 2022ରେ 5 କିଲୋ ପରିବର୍ତ୍ତେ ପୁରା ରାସନକୁ ମାଗଣା ଦେବାକୁ ନିଷ୍ପତ୍ତି ନେଇଥିଲେ ମୋଦି ସରକାର। ଏବେ ଆଉ 5 ବର୍ଷ ଯାଏ ଏହି  ଯୋଜନା ଅବଧି ବଢାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଗରିବ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଛି। ଏଥିସହ ପୁଣିଥରେ ପ୍ରମାଣିତ ହୋଇଛି ଗରିବ କଲ୍ୟାଣ ନେଇ ମୋଦି ସରକାରଙ୍କ ପ୍ରତିବଦ୍ଧତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Free ration scheme to be extended by another 5 years | Argus News