Indian Army / ଭାରତ ଆଣୁଛି ଆମେରିକାଠୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଶତ୍ରୁ ଦେଶର ମୁଣ୍ଡ ଗୋଲ

Key Points
ଶତ୍ରୁଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ବଡ଼ ଯୁଦ୍ଧ ପାଇଁ ତୟାର ହୋଇସାରିଲାଣି ଦେଶ । ଆହୁରି ବଢିବ ଭାରତୟ ସେନାର ଶକ୍ତି । ଶତ୍ରୁ ଦେଶଙ୍କୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ତିନି ସେନା ପାଇଁ ୭୯୦୦୦ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସ୍ୱୀକୃତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା ଡିଏସି ବୈଠକରେ ପ୍ରତିରକ୍ଷା ଡିଲ୍ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି କ୍ରୟ ଭାରତର ସୈନ୍ୟ ପ୍ରସ୍ତୁତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ଏହି ଅର୍ଥରେ ମୁଖ୍ୟତଃ ଆମେରିକାରୁ ୩୧ଟି MQ-9B ସ୍କାଏ ଗାର୍ଡିଆନ୍ ଏବଂ ସି ଗାର୍ଡିଆନ୍ ଡ୍ରୋନ୍ କ୍ରୟ କରାଯିବ । ଯାହା ସୀମାନ୍ତ ଅଞ୍ଚଳ ଏବଂ ଭାରତୀୟ ମହାସାଗରରେ ୪୦ ଘଣ୍ଟାରୁ ଅଧିକ ସମୟ ଧରି ନଜର ରଖିପାରିବ । ଏହା ସହିତ ଶତୃ ଦେଶର ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ୱଂସ କରିବା ପାଇଁ ମିଡିୟମ ରେଞ୍ଜ ସରଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମର ଅଧିଗ୍ରହଣ କରାଯିବ ।
ଏହି ଡିଲ୍ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବାୟୁସେନାର ନେଟ୍ରା-୨ ପ୍ରକଳ୍ପ। ଏହା ଅଧୀନରେ ୬ଟି ନୂତନ ଏୟାରବର୍ଣ୍ଣ ୟରଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ୍ ବିମାନ ପ୍ରସ୍ତୁତ କରାଯିବ । ଯାହା ଶତୃର ଗତିବିଧିକୁ ବହୁ ଦୂରରୁ ଚିହ୍ନଟ କରିବାରେ ସହାୟକ ହେବ । ହାଇ-ଫ୍ରିକ୍ୱେନ୍ସି ସଫ୍ଟୱେର୍-ପରିଭାଷିତ ରେଡିଓ (HF SDR) ବୋର୍ଡିଂ ଏବଂ ଅବତରଣ କାର୍ଯ୍ୟ ସମୟରେ ସୁରକ୍ଷିତ ଏବଂ ଦୂରଗାମୀ ଯୋଗାଯୋଗକୁ ବୃଦ୍ଧି କରିବ । HALE ଡ୍ରୋନ୍ (ଲିଜରେ) ହାଇ-ଅଲ୍ଟିଟ୍ୟୁଡ, ଦୂରଗାମୀ ଡ୍ରୋନ୍ ଭାରତ ମହାସାଗର ଅଞ୍ଚଳରେ ନିରନ୍ତର ନଜର ରଖିବା, ଗୁପ୍ତଚର ସଂଗ୍ରହ ଏବଂ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବ ।
ଅନ୍ୟପଟେ ଭାରତର ଅପରେସନ୍ ସିନ୍ଦୂରକୁ ୮ ମାସ ପୁରିଥିବା ବେଳେ, ଏହାକୁ ସତ ମାନିଛି ପାକିସ୍ତାନ । ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣରେ ପାକିସ୍ତାନର ନୂର୍ ଖାନ ଏୟାରବେସ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏକଥା ମାନିଛନ୍ତି ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର । ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ପାକିସ୍ତାନ ସହିଥିବା କ୍ଷୟକ୍ଷତିର ସତ ମାନିଛନ୍ତି । ସେ କହିଛନ୍ତି, "ନୂର୍ ଖାନ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷତି ହୋଇଥିଲା, ସେନା ଯବାନ ମଧ୍ୟ ଆହତ ହୋଇଥିଲେ ।"
ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ହୋଇଥିବା କ୍ଷୟକ୍ଷତି ମାନିଛନ୍ତି । କହିଛନ୍ତି, "ଭାରତ କରିଥିବା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ନଷ୍ଟ ହେବା ସେଠାରେ ମୁତୟନ ଯବାନ ମଧ୍ୟ ରକ୍ତାକ୍ତ ହୋଇଥିଲେ ।"
📱 Get Argus News App
✨Related Topics
Explore more stories