କୋଲକାତାରୁ ମୁମ୍ବାଇ, ଲକ୍ଷ୍ନୌରୁ ଦିଲ୍ଲୀ ସବୁଠି ସ୍ବାସ୍ଥ୍ୟସେବା ଠପ୍

ଅର୍ଗସ ବ୍ୟୁରୋ: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ସାରା ଦେଶରେ ବିରୋଧ କରାଯାଉଛି। ସାରା ଦେଶରେ ବନ୍ଦ ଡାକରା ଦେଇଛି ଜୁନିୟର ଡାକ୍ତର ସଂଘ। ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଣ୍ଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଧାରଣାରେ ବସିଥିବା ଡାକ୍ତରମାନେ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।
ଏହି ଘଟଣାରେ ସିବିଆଇ ତଦନ୍ତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ସେପଟେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତ। ଅଭିଯୁକ୍ତଙ୍କ କଠୋର ଦଣ୍ଡ ମିଳିବା ଦରକାର। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ । ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ତୁରନ୍ତ ସମସ୍ତ ଡକ୍ୟୁମେଣ୍ଟ ସିବିଆଇକୁ ହସ୍ତାନ୍ତର ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯିବା ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେମାନେ ଦାବି କରିଛନ୍ତି।
ତେବେ ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଗୋଟିଏ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନାଁ ହେଲା ସଞ୍ଜୟ ରାୟ। ଯିଏ କି ହସ୍ପିଟାଲର କର୍ମଚାରୀ ନଥିଲେ। କିନ୍ତୁ ତାଙ୍କୁ ବାରମ୍ବାର କ୍ୟାମ୍ପସ ବିଲ୍ଡିଂକୁ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ୧୪ ଦିନ ପାଇଁ ରିମାଣ୍ଡ ଅବଧିରେ ଅଛି। ପୋଲିସ ପଚରାଉଚରା ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ସଞ୍ଜୟ ନିଜର ଅପରାଧ ସ୍ୱୀକାର କରିଥିଲା। ଏହି ଜଘନ୍ୟ ଅପରାଧ ପାଇଁ ସେ କୌଣସି ଅନୁତାପ ମଧ୍ୟ ଦେଖାଇ ନ ଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର